Tuesday, March 19, 2024

Top 5 This Week

Related Posts

ଢ଼େଙ୍କାନାଳ ଲେଖକ ସଂସଦ ର ୪୨ ତମ ସାମ୍ବତ୍ସରୀକ ମହୋତ୍ସବ ଅନୁଷ୍ଠିତ

ରିପୋର୍ଟ : ରଞ୍ଜିତ ବେହେରା
ଢ଼େଙ୍କାନାଳ,(୨୮/୧୧) : ଆଜି ଢ଼େଙ୍କାନାଳ ଲେଖକ ସଂସଦ ର ୪୨ ତମ ସାମ୍ବତ୍ସରୀକ ମହୋତ୍ସବ ଶାଣ୍ଡିଲ୍ୟ ବସନ୍ତ ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।

ଆଜିର ଏହି ଉତ୍ସବରେ ମୁଖ୍ୟ ଅତିଥି ରୁପେ ଢ଼େଙ୍କାନାଳ ଲେଖକ ସଂସଦ ମହେଶ ସାହୁ, ସମ୍ମାନିତ ଅତିଥି ରୁପେ ଢେଙ୍କାନାଳ ର ଜିଲ୍ଲାପାଳ ସରୋଜ କୁମାର ସେଠୀ, ଲେଖକ ସଂସଦ ର ମୁଖ୍ୟ ବ୍ୟକ୍ତା ପ୍ରାକ୍ତନ ଜିଲ୍ଲାପାଳ ସନାତନ ରାଉତ, ସମ୍ମାନିତ ବ୍ୟକ୍ତି ଭବନି ଶଙ୍କର ମିଶ୍ର, ଆଇନଜୀବି ଦୀପ୍ତିଶ ପଟ୍ଟନାୟକ, ଲେଖକ ସଂସଦ ର ସଭାପତି ଭିକାରୀ ଚରଣ ରାଉତ ପ୍ରମୁଖ ଯୋଗଦେଇଥିଲେ ।

ପ୍ରଥମେ ସକାଳ ୮ ଘଟିକା ସମୟରେ କବିତା ପଠନ କରାଯିବା ପରେ ଅତିଥୀ ମାନଙ୍କ ଦ୍ୱାରା ଦ୍ୱୀପ ପ୍ରଜ୍ୱଳନ କରାଯାଇଥିଲା । ଏହାପରେ ଗଣେଶ୍ୱର ମିଶ୍ର ଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଲେଖକ ସଂସଦର ସଭାପତିଙ୍କ ଦ୍ୱାରା ବିବରଣୀ ପାଠ କରାଯାଇଥିଲା ।ଏହାପରେ ସାଂସଦ ଙ୍କ ପାଣ୍ଠି ଦ୍ୱାରା ନିର୍ମିତ ଲେଖକ ସଂସଦ ପାଠାଗାର କୁ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା । ଏହାପରେ ପୁସ୍ତକ ସପ୍ତାରଣ୍ୟ, ସୁନ୍ଦର ଶ୍ରୀରାମ ଓ ଅଲେଖ ମହିମା ଗୁଡିକୁ ଉନ୍ମୋଚନ କରାଯାଇଥିଲା ।

ଜିଲ୍ଲାପାଳ ମହୋଦୟ ଲେଖକ ସଂସଦ ର ଲେଖକ ଓ କବିମାନଙ୍କ ଲେଖା କୁ ପ୍ରଶଂସା କରିବା ସହ ପାଠାଗାର ପାଇଁ ଆଲମୀରା ଯୋଗାଇଦେବାକୁ ଜିଲ୍ଲାପାଳ ପ୍ରତିଶୃତି ପ୍ରଦାନ କରିଛନ୍ତି । ଏହାପରେ ବିଭିନ୍ନ ଲେଖକ ସଂସଦ ର ସଭାପତି ମାନଙ୍କୁ ଉତ୍ତରୀ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହାପରେ ମଧ୍ୟାର୍ଣ ୨.୩୦ ପରେ କବିତା ଆସର କରାଯାଇଥିଲା ।

Popular Articles