୧୮ ରୁ ୧୯ ବର୍ଷ ଯୁବପିଢ଼ି ଙ୍କୁ ଭୋଟର ତାଲିକାରେ ପଞ୍ଜିକୃତ କରିବା ପାଇଁ ସ୍ୱତନ୍ତ୍ର ପ୍ରଚାର ଦିବସ ଅନୁଷ୍ଠିତ

0
162

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୮/୧୧) : ବୌଦ୍ଧ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ରେ ୧୮ ରୁ ୧୯ ବର୍ଷ ବୟସ ର ଯୁବପିଢ଼ି ମାନଙ୍କୁ ଭୋଟର ତାଲିକାରେ ପଞ୍ଜିକୃତ କରିବା ପାଇଁ ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ସ୍ୱତନ୍ତ୍ର ପ୍ରଚାର ଦିବସ ଅନୁଷ୍ଠିତ ହୋଇଯାଇଛି |

୧୮ ରୁ ୧୯ ବର୍ଷ ଯୁବପିଢ଼ି ଙ୍କୁ ଭୋଟର ତାଲିକାରେ ପଞ୍ଜିକୃତ କରିବା ପାଇଁ ସ୍ୱତନ୍ତ୍ର ପ୍ରଚାର ଦିବସ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତା ରାଣୀ ଦଳବେହେରା, ଉପଜିଲ୍ଲାପାଳ ତଥା ଭୋଟର ପଞ୍ଜିକରଣ ଅଧିକାରୀ ସନତ କୁମାର ନାଏକ, ଡେପୁଟି ଜିଲ୍ଲାପାଳ ଅବନୀକାନ୍ତ ସାହୁ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ଆଦର୍ଶ ମହାବିଦ୍ୟାଳୟ ଅଧ୍ୟକ୍ଷ ରବୀନ୍ଦ୍ର ସାହୁ, ବରିଷ୍ଠ ରାଜସ୍ୱ ସହାୟକ ସରୋଜ କୁମାର ବେହେରା, କନିଷ୍ଠ ରାଜସ୍ୱ ସହାୟକ ଜିତେନ୍ଦ୍ର କୁମାର ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ |

ଚଳିତ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୧୨ କିଭଳି ସଫଳତା ସହ ବହୁ ମାତ୍ରାରେ ଭୋଟର ପଞ୍ଜିକୃତ ହୋଇପାରିବ ୧୮ ବର୍ଷ ବୟସ ରୁ ଅଧିକ ବ୍ୟକ୍ତି ଯେମିତି ଭୋଟର ହେବାରୁ ବଞ୍ଜିତ ନ ହୁଅନ୍ତି ଏବଂ ଭୋଟର ତାଲିକା ଯେପରି ନିର୍ଭୁଲ ଭାବରେ ପ୍ରକାଶ ପାଇବ ସେ ଉପରେ ବିଶେଷ ଧ୍ୟାନ ଦେବାକୁ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ | ଚଳିତ ବର୍ଷ ଭୋଟର ମାନଙ୍କ ସୁବିଧା ପାଇଁ ଭୋଟର ହେଲ୍ପ ଲାଇନ ଆପ୍ସ ପ୍ରଚଳନ କରାଯାଇଛି | ଏହି ଆପ୍ସ ଦ୍ୱାରା ଭୋଟର ତାଲିକାରେ ନିଜ ନାଁ ଯାଞ୍ଜ, ସଂଶୋଧନ, ସ୍ଥାନାନ୍ତର ଅଥବା ନୂତନ ଭୋଟର ଭାବେ ଆବେଦନ କରିପାରିବେ |