ସର୍ବ ସାଧାରଣ ସ୍ଥାନରେ ଗଞ୍ଜେଇ ଟାଣିବା ମହଙ୍ଗା ପଡିଲା

0
197

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୮/୧୧) : ବୌଦ୍ଧ ଜିଲ୍ଲା କୁ ନିଶା ମୁକ୍ତ କରିବା ପାଇଁ ପ୍ରତିଦିନ ବୌଦ୍ଧ ଜିଲ୍ଲା ପ୍ରଶାସନ ଚାଲିଛି ଲଢେ଼ଇ | ସର୍ବ ସାଧାରଣ ସ୍ଥାନରେ ଗଞ୍ଜେଇ ଟାଣିବା ମହଙ୍ଗା ପଡିଲା |

ଦୁଇ ଦିନ ତଳେ ବ୍ରିଜ ଛକ ରୁ କିଛି ମଦ୍ୟପ ଙ୍କୁ ବୌଦ୍ଧ ପୋଲିସ ଉଚିତ ଶିକ୍ଷା ଦେଇଥିବା ବେଳେ ଗତକାଲି ପୁଣି କିଛି ଗଞ୍ଜେଇ ନିଶା ସେବନ କରୁଥିବା ବ୍ୟକ୍ତି ଙ୍କୁ ଧରି ବୁଝା ସୁଝା କରି ଛାଡିଦେଇଥିବା ଘଟଣା ନଜର କୁ ଆସିଛି | ସୂଚନା ମୁତାବକ ଗତକାଲି ବୌଦ୍ଧ ଭୈରବୀ ଛକ (ସର୍ବ ସାଧାରଣ ସ୍ଥାନରେ) ୧୧ ଜଣ ବ୍ୟକ୍ତି ଗଞ୍ଜେଇ ନିଶା ସେବନ କରୁଥିବା ସମୟରେ ବୌଦ୍ଧ ପୋଲିସ ଧରି ଥାନାକୁ ଆଣିଥିଲେ | ଥାନାରେ ସବୁକଥା କୁ ବୁଝା ସୁଝା କରି ସେମାନଙ୍କୁ ତାଗିଦ କରି ଆଗାମୀ ଦିନ ମାନଙ୍କରେ ଏମିତି ସର୍ବ ସାଧାରଣ ଜାଗାରେ ନିଶା ସେବନ ନ କରିବା ପାଇଁ ଲିଖିତ ଭାବରେ ଏକ ପତ୍ର ଲେଖା ରଖି ତାଙ୍କୁ ଛାଡି ଦେଇଥିଲେ |