ମାରୁତି କଲୋନୀ ରେ ଚୋରି ଘଟଣା : ସନ୍ଦେହ ରେ ୪ ଜଣକୁ ଅଟକ ରଖି ପଚରାଉଚରା ଜାରି

0
247

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, ହରଭଙ୍ଗା,(୨୯/୧୧) : ଅଞ୍ଚଳରେ ବାରମ୍ବାର ଚୋରି କୁ ନେଇ ପୋଲିସ ଉପରେ ରହୁନି ଭରସା । ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ପୁରୁଣାକଟକ ମାରୁତି କଲୋନୀ ରେ ରହୁଥିବା ଶିକ୍ଷକ ନିର୍ମଳ କୁମାର ରଣା ଙ୍କ ଘରୁ ଗତ ରାତିରେ ଚୋରି ହୋଇଯାଇଛି ।

ମାରୁତି କଲୋନୀ ରେ ରହୁଥିବା ଶିକ୍ଷକ ନିର୍ମଳ କୁମାର ରଣା ଗତ ୨୦ ତାରିଖ ରୁ ନିଜ ଶଳା ଙ୍କ ବିବାହ ଉତ୍ସବ ରେ ଯୋଗଦେବା କୁ ସପରିବାର ନୟାଗଡ ଜିଲ୍ଲା ଓଡ଼ଗାଁ କୁ ଯାଇଥିଲେ । ଘର ର ଲାଇଟ ଲଗାଇବାକୁ ପଡୋଶୀ ଘର ଙ୍କୁ ଦାୟିତ୍ୱ ଦେଇଥିଲେ ଏବଂ ଗତ କାଲି ପଡୋଶୀ ଲାଇଟ ଲଗାଇବାକୁ ଗଲାବେଳେ ଘର ର ମୁଖ୍ୟ ଗେଟ ତାଲା ଭଙ୍ଗାଯାଇ ଆସବସପତ୍ର ପଡିଥିବାର ଦେଖି ଗୃହକର୍ତ୍ତା ଙ୍କୁ ଖବର ଦେଇଥିଲେ ।

ଶ୍ରୀ ରଣା ତୁରନ୍ତ ନୟାଗଡ ରୁ ଫେରି ପୁରୁଣାକଟକ ଥାନା ରେ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତ୍ତି କରି ପୁରୁଣାକଟକ ପୁଲିସ ତଦନ୍ତ ଆଗେଇଥିଲା । ଘର ଅନୁସନ୍ଧାନ କରିବାରୁ ଜଣା ପଡିଥିଲା ଯେ ଦୁର୍ବୃତ୍ତ ମାନେ ପ୍ରାୟ ସତର ଗ୍ରାମ ସୁନା, ଶହେ ଗ୍ରାମ ରୁପା, ନଗଦ ବାର ହଜାର ଟଙ୍କା ଏବଂ ଏକ ଡିଜିଟାଲ କ୍ୟାମେରା ଚୋରୀ କରି ନେଇଯାଇଥିଲେ ।

ଫୁଲବାଣୀ ରୁ ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ ଏବଂ ଫିଙ୍ଗର ପ୍ରିଣ୍ଟ ଏକ୍ସପର୍ଟ ସହାୟତାରେ ଅନୁସନ୍ଧାନ ଜାରି ରହିଛି ଏପରିକି ୪ ଜଣକୁ ସନ୍ଦେହ ରେ ପଚରାଉଚରା କରୁଥିବା ଜଣାପଡିଛି । ପ୍ରକାଶ ଥାଉକି ପୁରୁଣାକଟକ ଚାରିଛକ ଅଞ୍ଚଳରେ ସମାନ ଢଙ୍ଗରେ ଲଗାତାର ଚୋରି ହେଉଥିଲେ ମଧ୍ୟ ଜନସାଧାରଣଙ୍କ ପୋଲିସ ର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

କ୍ରମାଗତ ଚୋରି କରି ଚୋରମାନେ ଗୋଟେପଟେ ପୋଲିସ କୁ ଚ୍ୟାଲେଞ୍ଜ କରିଥିବା ବେଳେ ଅନ୍ୟପଟେ ସ୍ଥାନୀୟ ପୋଲିସ ହାତଖୋଲି କରି ବସିଛି । ପୋଲିସ ପେଟ୍ରୋଲିଂ କଡାକଡି ହେବାସହ, ମିସ୍ତ୍ରୀ କାମ, ଗୁପଚୁପ ବେପାର, ବାଦାମ ବେପାର ନା ରେ ଏଠାରେ ବାହାରୁ ଆସି ରହୁଥିବା ବିହାରୀ, ବଙ୍ଗାଳି ଓ ତେଲେଙ୍ଗା ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

ଏନେଇ ପୁରୁଣା କଟକ ଥାନା ଅଧିକାରୀ ଜୋଷ୍ଣା ରାଣୀ କାଉଁରୀ ଙ୍କୁ ପଚାରିବାରୁ ଆମେ ଏଥିପ୍ରତି ସଜାଗ ରହିଛୁ ଆଗମୀ ଦିନରେ ପେଟ୍ରୋଲିଂ ପାଇଁ କଡାକଡି ବ୍ୟବସ୍ଥା କରିବା ସହ ତଦନ୍ତ ଜାରି ରଖିଛୁ ବୋଲି କହିଥିଲେ ।