କଣ୍ଟାମାଳ ବ୍ଲକ ମଲିକୁଦ ଠାରେ ଓଜେୟୁ ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ବୈଠକ

0
222

ରିପୋର୍ଟ : ସୁଶାନ୍ତ ବେହେରା
କଣ୍ଟାମାଳ,(୨୮/୧୧) : କଣ୍ଟାମାଳ ବ୍ଲକ ମଲିକୁଦ ତେଲନଦୀ କୂଳରେ ଓଡିଶା ସାମ୍ବାଦିକ ସଂଘ ବୌଦ୍ଧ ଜିଲ୍ଲା ଶାଖାର ସଭାପତି ପୂର୍ଣ୍ଣ ଚରଣ ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।

କଣ୍ଟାମାଳ ବ୍ଲକ ମଲିକୁଦ ଠାରେ ଅନୁଷ୍ଠିତ ଓଜେୟୁ ବୈଠକ ରେ ଭୁବନେଶ୍ୱର ଠାରେ ଡିସେମ୍ବର ମାସରେ ହେବାକୁ ଥିବା ରାଜ୍ୟ ସମାବେଶରେ ଯୋଗଦେବା ପାଇଁ ଆଲୋଚନା ହେବା ସହ ସାମ୍ବାଦିକ ମାନଙ୍କ ଅକାଳ ମୃତ୍ୟୁରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କା ସହାକ୍ଷତା ରାଶି ଦେବାକୁ ଦାବି ହୋଇଥିଲା । ଏଥିରେ ସଂଘର ସମ୍ପାଦକ ଭାଗବତ ମେହେର, ବରିଷ୍ଠ ସଦସ୍ୟ ଦିବ୍ୟ ଶଙ୍କର ରାଉତ, ଯୁଗଲ କିଶୋର ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ପଟ୍ଟନାୟକ, ସୁଶାନ୍ତ ବେହେରା, ସହ ସମ୍ପାଦକ ବଂଶୀଧର ମାଝୀ, ଦିବ୍ୟ ରଞ୍ଜନ ପଟ୍ଟନାୟକ, ବାସୁଦେବ ସାହୁ, ସତ୍ୟ ନାରାୟଣ ପାଣି, ଅନନ୍ତ ଖମାରୀ, ଦେବାଶିଷ ମଲିକ, ଅକୃର ସାହୁ, ରଞ୍ଜନ କୁମାର ପାତ୍ର ପ୍ରମୁଖ ସଦସ୍ୟ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।