ଜିଲ୍ଲା ବିଜୁ ଜନତା ଦଳ ୯ ନମ୍ବର ଜୋନ ଜିଲ୍ଲା ପରିଷଦ ସ୍ତରୀୟ ସାଙ୍ଗଠନିକ ବୈଠକ

0
281

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୨୯/୧୧) : ହରଭଙ୍ଗା ବ୍ଳକ ଛତ୍ରଙ୍ଗ ଠାରେ ଜିଲ୍ଲା ବିଜୁ ଜନତା ଦଳ ୯ ନମ୍ବର ଜୋନ ଜିଲ୍ଲା ପରିଷଦ ସ୍ତରୀୟ ବିଜେଡି କର୍ମୀ ମାନଙ୍କୁ ନେଇ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା l

ଏଥିରେ ବିଜେଡି ଯୁବ ଜନତା ଦଳ ସଦ୍ଭାପତି ମୃତ୍ୟୁଞ୍ଜୟ ମିଶ୍ର ସଭାପତିତ୍ୱ କରିଥିଲେ l ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗ ଦେଇ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ l ବିଭିନ୍ନ ଆଲୋଚନାରେ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁବୋଧ କୁମାର ପ୍ରଧାନ, ଉପ ସଦ୍ଭାପତି ପ୍ରଦୀପ ସାହୁ, ବସନ୍ତ ସ୍ୱାଇଁ ପ୍ରମୁଖ ଭାଗ ନେଇଥିବା ବେଳେ l ଏଥିରେ ବୌଦ୍ଧ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଭାବେ ସ୍ୱଭାଗ୍ୟ ରଞ୍ଜନ ନାଏକ ଯୋଗଦେଇ ଥିଲେ l ଏହି ବୈଠକ ରେ ଜିଲ୍ଲା ବିଜୁ ଜନତା ଦଳ ୯ ନମ୍ବର ଜୋନ ର ୭ଟି ପଂଚାୟତ ର ବିଜେଡି ର କର୍ମୀ ମାନେ ଯୋଗ ଦେଇ ଆଗାମୀ ପଂଚାୟତ ନିର୍ବାଚନ ପାଈଁ ଶପଥ ପାଠ କରିଥିଲେ ।