ମମିତା ହତ୍ୟା କାଣ୍ଡ CBI ତଦନ୍ତ ଦାବି ନେଇ ହରଭଙ୍ଗା ବ୍ଲକରେ ଶାନ୍ତିପୂର୍ଣ ଭାବେ ୧୨ଘଣ୍ଟିଆ ବନ୍ଦ ପାଳିତ

0
219

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୩୦/୧୦) : ସନସାଇନ ଅଧକ୍ଷାଙ୍କୁ ଅପହରଣ ଓ ନିର୍ମମ ଭାବେ ହତ୍ୟା ଘଟଣାକୁ ନେଇ ରାଜ୍ୟରେ ଚହଳ ସୃଷ୍ଟି କରିଛି | ମମିତା ହତ୍ୟା କାଣ୍ଡ ରେ ଜନସାଧାରଣଙ୍କ ଠୁ ଆରମ୍ଭ କରି ବିଭିନ୍ନ ରାଜନୈତିକ ଦଳ CBI ତଦନ୍ତ ଅପରାଧୀକୁ ଫାଶୀ ଓ ସଂପୃକ୍ତ ଥିବା ଗୃହ ମନ୍ତୀ ଦିବ୍ୟଶଙ୍କର ମିଶ୍ର ଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ପାଇଁ ଦାବି ଦାବିକରି ଆସୁଛନ୍ତି |56f3cf0a 515b 49b0 9f12 d715a5e332d7 ମମିତା ହତ୍ୟା କାଣ୍ଡ CBI ତଦନ୍ତ ଦାବି ନେଇ ହରଭଙ୍ଗା ବ୍ଲକରେ ଶାନ୍ତିପୂର୍ଣ ଭାବେ ୧୨ଘଣ୍ଟିଆ ବନ୍ଦ ପାଳିତ

ମମିତା ହତ୍ୟା କାଣ୍ଡ ରେ ଆଜି ଓଡିଶାର ବହୁ ଜିଲ୍ଲାରେ ଶାନ୍ତି ପୂର୍ଣ୍ଣ ୬ ଓ ୧୨ ଘଣ୍ଟିଆ ବନ୍ଦ ଡାକରା କରିଥିଲେ | ବୌଦ୍ଧ ଜିଲ୍ଲା ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା | ଏହାର ପ୍ରଭାବରେ ହରଭଙ୍ଗା ବ୍ଲକ ଚାରିଛକ NH 57ରେ ସକାଳ ୬ ଟାରୁ ଶହଶହ ଗାଡ଼ିମାଟର ବନ୍ଦ ରହିଥିଲା | ୧୦ ରୁ ସରକାରୀ ଅଫିସ ଗୁଡିକ ମଧ୍ୟ ବନ୍ଦ କରାଯାଇଥିଲା | ଏହାର ପ୍ରଭାବରେ ହରଭଙ୍ଗା, ଛତ୍ରଙ୍ଗ, କୁସଙ୍ଗ, ପୁରୁଣାକଟ ଆଦି ଜନଗହଳି ଛକ ଗୁଡିକରେ ଓ ଦୋକାନ ବଜାର ବନ୍ଦ ହେବା ସହିତ ଏହି କାର୍ଯ୍ୟକ୍ରମକୁ ସ୍ୱତ ପ୍ରବୃତି ଭାବେ ସାଧାରଣ ଜନତା ସ୍ୱାଗତ କରି ଶାନ୍ତିପୂର୍ଣ ବନ୍ଦ ଡାକରାରେ ସହମତି ପ୍ରଦାନ ସହିତ ସାମିଲ ହୋଇଥିଲେ |c5064bbe 39d3 41ce b995 06c08907d190 ମମିତା ହତ୍ୟା କାଣ୍ଡ CBI ତଦନ୍ତ ଦାବି ନେଇ ହରଭଙ୍ଗା ବ୍ଲକରେ ଶାନ୍ତିପୂର୍ଣ ଭାବେ ୧୨ଘଣ୍ଟିଆ ବନ୍ଦ ପାଳିତ

ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟି ପୁରୁଣା କଟକ ମଣ୍ଡଳ ର ସଭାପତି ବାମନ ବାରିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ପ୍ରଧାନ, ରବି ପ୍ରଧାନ, ଗରୁଡ଼ ପ୍ରଧାନ, ସୁଶାନ୍ତ ବେହେରା, ସୁବ୍ରତ ପ୍ରଧାନ, ବରିଷ୍ଠ ନେତା ଅକ୍ଷୟ ସାହୁ,ପ୍ରଦୀପ ସେଠି, ସମେତ ଶହେରୁ ଅଧିକ ବିଜେପି କର୍ମି ଭାଗ ନେଇ ଥିଲେ |