ନିୟମଗିରି ପାହାଡ ରେ ମାଓ ପୋଷ୍ଟର, ପିଏଲଜିଏ ସପ୍ତାହ ପାଳନ ପାଇଁ ଆହ୍ଵାନ କଲେ ମାଓବାଦୀ

0
231

ରିପୋର୍ଟ : ଅକ୍ଷୟ କୁମାର ପିଡିସିକା //
କଲ୍ୟାଣସିଂହପୁର,(୨୯/୧୧) : ରାୟଗଡା ଜିଲ୍ଲା କଲ୍ୟାଣସିିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତର ନିୟମଗିରି ପାହାଡ ର ବିଭିନ୍ନ ସ୍ଥାନରେ ବ୍ୟାନର ଓ ପୋଷ୍ଟର ଲଗାଇଲେ ମାଓବାଦୀ

ଆସନ୍ତା ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ ପାଇଁ ମାଓବାଦୀମାନେ ଏଥିରେ ଉଲ୍ଲେଖ କରିଛନ୍ତି । ପାରସାଲି ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଏହି ବ୍ୟାନର ଓ ପୋଷ୍ଟର ଲଗାଯାଇଛି । ଫଳରେ ଗ୍ରାମବାସୀମାନେ ଭୟଭୀତ ହୋଇପଡିଛନ୍ତି ନିୟମଗିରି ପାହାଡ ରେ ଆଦିମ ଜନଜାତି ଡଙ୍ଗରିଆକନ୍ଧ ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିବା ବେଳେ ମାଓବାଦୀଙ୍କ ଏହି ବ୍ୟାନର ଓ ପୋଷ୍ଟର ସେମାନଙ୍କ ଭିତରେ ଭୟ ସୃଷ୍ଟି କରିଛି । ବ୍ୟାନର ଓ ପୋଷ୍ଟରରେ ଯୁବକ ଯୁବତୀମାନେ ପିଏଲଜିଏରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି ମାଓବାଦୀ ।

ଏଥିସହ ଜଳ, ଜମି ଓ ଜଙ୍ଗଲ ପାଇଁ ଏକତ୍ରିତ ହେବା ପାଇଁ କୁହାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଲରେ ପଡନାହିଁ ବୋଲି ଉଲ୍ଳେଖ କରିଛନ୍ତି । ଏହି ପୋଷ୍ଟର ଲାଗିବା ପରେ କଲ୍ୟାଣସିଂହପୁର ଠାରେ ଥିବା ସିଆରପିଏଫ ଯବାନମାନେ ସର୍ଚ୍ଚ ଅପରେଶନ କରୁଛନ୍ତି । ଶେଷରେ ଉକ୍ତ ବେନର ପୋଷ୍ଟରେ ସିପିଆଇ ମାଓବାଦୀ ବାଘୁନା ଡିଭିଜନ ବଲି ଉଲ୍ଲେଖ ରହିଛି ।