ମୁନିଗୁଡାରେ ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଶୋଭାଯାତ୍ରା ଓ ବୈଠକ ଅନୁଷ୍ଠିତ

0
167

ରିପୋର୍ଟ : ନରତ୍ତମ ପାଢୀ
ମୁନିଗୁଡା,(୨୮/୧୧) : ମୁନିଗୁଡାରେ ଓଡିଶା ଡ୍ରାଇଭର ମହାସଂଘ ମୁନିଗୁଡା ଶାଖା ତରଫରୁ ଏକ ଧାରଣା ରେ ଶୋଭାଯାତ୍ରା ଓ ବୈଠକ ଅନୁଷ୍ଠିତ ହୋଇଛି । ମୁନିଗୁଡା ଡ୍ରାଇଭର ସଂଘ ର ସଭାପତି ଶଙ୍କର ଗୁଡୁମ୍ବାକ ଙ୍କ ନେତୃତ୍ୱରେ ଫରେଷ୍ଟ ବଙ୍ଗଳା ଠାରୁ ବାହାରି ସହର ପରିକ୍ରମା କରି ମୁନିଖୋଲ ପୁରୁଣା ସି.ଆର.ପି.ଏଫ. ଖେଳ ପଡିଆ ଠାରେ ପହଞ୍ଚିବ ସହ ସେଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକ ରେ ମୁଖ୍ୟ ଅତିଥି ଭାବେ ମୁନିଗୁଡାରେ ଓଡିଶା ଡ୍ରାଇଭର ମହାସଂଘ ରାଜ୍ୟ ସମ୍ପାଦକ ଘନଶ୍ୟାମ ବେହେରା, ଜିଲ୍ଲା ସଭାପତି ଜିତେନ୍ଦ୍ର ନାୟକ, ଉପ ସଭାପତି ଯୋଗି ଜୀବନ ନାୟକ, ପ୍ରମୁଖ ଉପସ୍ଥିତ ରହି ଡ୍ରାଇଭର ମାନଙ୍କ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା ୧୦ ଟି ଦାବି ର ଗୁରୁତ୍ୱପୂର୍ଣ୍ଣ ଦାବି ଉପରେ ୫ ଟି ଦାବି ସଂପୂର୍ଣ୍ଣ ନ ହେବା ହେତୁ ଅବଗତ କରାଇବା ସହ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟପନ୍ଥା ଡ୍ରାଇଭର ମହାସଂଘ ସମସ୍ତ ସଦସ୍ୟ ମାନେ ପରିଚାଳନା କରିଥିଲେ ।

ତାଙ୍କର ମୁଖ୍ୟ ଦାବି (୧) ଜନସାଧାରଣ ଆକ୍ରୋଶ ର ଶିକାର ହେଇଥିବା ଡ୍ରାଇଭର ସମାଜ ର ସୁରକ୍ଷା ପାଇଁ ସ୍ଵତନ୍ତ୍ର ଆଇନ ପ୍ରଣୟନ କରଯାଉ, (୨) ଗାଡିଗୁଡା ପାର୍କଙ୍ଗି ଏବଂ ଡ୍ରାଇଭର ମାନଙ୍କର ବିଶ୍ରାମ ନେବା ପାଇଁ ପାର୍କଙ୍ଗି ସହିତ ବିଶ୍ରାମ ଗାର ଏବଂ ସୌଚାଳୟର ବ୍ୟବସ୍ଥା କରାଯାଉ, (୩ ) ୫୫ ବର୍ଷ ପରେ ପେନସନ ଦିଆଯାଉ, (୪) ଦୁର୍ଘଟଣାରେ ପ୍ରାଣ ହୋରାଉଥିବା ଡ୍ରାଇଭର ମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କା ର ବିମାରାଶି ଏବଂ ଦୁର୍ଘଟଣାରେ ଅକର୍ମଣ୍ୟ ଡ୍ରାଇଭର ଙ୍କ ପାଇଁ ୧୦ ଲକ୍ଷ ଟଙ୍କା ର ବିମାରାଶି ସହିତ ଦୁର୍ଘଟଣାରେ ଚିକିତ୍ସା ଓ ଡ୍ରାଇଭରଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିମା ଯୋଗାଇ ଦିଆଯାଉ, (୫) ଡ୍ରାଇଭର ମାନଙ୍କର ନିର୍ଦ୍ଦାରିତ ମୂଲ୍ୟାଙ୍କନ ଓ ସମୟ ସୀମା ଧାର୍ଯ୍ୟ କରାଯାଉ, (୬) ଡ୍ରାଇଭର ମାନଙ୍କୁ ଦ୍ଵିତୀୟ ସୈନିକ ର ମାନ୍ୟତା ଦିଆଯାଉ, (୭) ଡ୍ରାଇଭର ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉ, (୮) ଡ୍ରାଇଭର ମାନଙ୍କ ପିଲା ମାନଙ୍କ ପାଇଁ ଉଚ୍ଚ ଶିକ୍ଷା ନିମନ୍ତେ ବ୍ୟବସ୍ଥା କରାଯାଉ, (୯) ରାଜ ରାସ୍ତା ଉପରେ ପ୍ରଶାସନ ପକ୍ଷରୁ ଡ୍ରାଇଭର ମାନଙ୍କୁ ହଇରାଣ ନ କରାଯାଉ, (୧୦) ସମୟ ଅସମୟରେ ଜନ ସାଧାରଣ ହଠାତ ରାସ୍ତା ରୋକ କରିବା ହେତୁ ଡ୍ରାଇଭର ମାନଙ୍କ ଅସୁବିଧା କୁ ସରକାରଙ୍କ ତରଫରୁ ସୁଦୃଷ୍ଟି ଦିଆଯାଉ ।

ଏତିକି ତାଙ୍କର ଦାବି ରହିଲା ଓଡିଶା ଡ୍ରାଇଭର ମହାସଂଘ ମୁନିଗୁଡା ତରଫୁର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।