ହିଜଳ ଗ୍ରାମକୁ ଯଥାଶୀଘ୍ର ରାସ୍ତା ନ ହେଲେ ଧାରଣା ରେ ବସିବେ ହିଜଳ ଗ୍ରାମବାସୀ

0
161

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,(୨୯/୧୧) : ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ର ହିଜଳ ଗ୍ରାମକୁ ରାସ୍ତା ର ଶୋଚନୀୟ ଅବସ୍ଥା କୁ ନେଇ ଗ୍ରାମବାସୀ ଅଣ୍ଟା ଭିଡ଼ିଛନ୍ତି |WhatsApp Image 2021 11 30 at 11.26.38 AM ହିଜଳ ଗ୍ରାମକୁ ଯଥାଶୀଘ୍ର ରାସ୍ତା ନ ହେଲେ ଧାରଣା ରେ ବସିବେ ହିଜଳ ଗ୍ରାମବାସୀ

ଗ୍ରାମବାସୀଙ୍କ ସୂଚନା ନୁଯାୟୀ ହିଜଳ ଗ୍ରାମକୁ ଯିବାକୁ ହେଲେ ସାତଖଣ୍ଡ ରୁ ଯିବାକୁ ପଡେ | କିନ୍ତୁ ଦୀର୍ଘ ୩୦ ବର୍ଷ ପୂର୍ବେ ହିଜଳ ଗ୍ରାମକୁ ରାସ୍ତା ପାଇଁ ଗୋଟିଏ ଥର ମାତ୍ର ମାଟି ପଡି ରାସ୍ତା କରାଯାଇଥିଲା | ତା’ ପରେ ପ୍ରଶାସନ କି ରାଜନୈତିକ ନେତା କାହାର ଏହା ପ୍ରତି ନଜର ନାହିଁ | ଗାଁ କୁ ଜରୁରୀ କାଳୀନ ସେବା ବନ୍ଦ, ଶିକ୍ଷା କଥା କହିବା ତ ଦୂରରେ ? ପ୍ରଶାସନ, ସ୍ଥାନୀୟ ରାଜନେତା, ବ୍ଲକ ଅଧିକାରୀ,ସରପଞ୍ଚ ଙ୍କୁ ୭ ଥର ଲିଖିତ ଆକାରରେ ଅଭିଯୋଗ କରିବି କିଛି ସୁଫଳ ମିଳିନି, ଏହା ଆମେ କହୁନୁ କହୁଛନ୍ତି ଅଭାବ ଅସୁବିଧା ରେ ଦୀନ କାଟୁଥିବା ହିଜଳ ଗ୍ରାମବାସୀ |

ତେଣୁ ଆଜି ଜିଲ୍ଲାପାଳ ଙ୍କ ସକାଶେ ଏକ ଦାବିପତ୍ର ଦେଇଛନ୍ତି ଏହି ଗ୍ରାମବାସୀ ଯେ, ଜଦି ଆଜିଠୁ ୧୦ ଦିନ ଭିତରେ ସାତଖଣ୍ଡ ରୁ ଗ୍ରାମକୁ ରାସ୍ତା ର ସୁବିଧା କରାନଯାଏ ଆସନ୍ତା ମାସ ୦୮/୧୨/୨୦୧୧ ରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି | ଏଥି ସକାଶେ ଆଜି ଗ୍ରାମ ବାସି ଅଭିଯୋଗ ସହିତ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳ ବେହେରା ଙ୍କୁ ଜିଲ୍ଲାପାଳ ଙ୍କ ସକାଶେ ଦେଇଛନ୍ତି |