ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ ସଂକ୍ରାନ୍ତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

0
151

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୦୧/୧୨) : ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଠାରେ ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ ସଂକ୍ରାନ୍ତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ତାଲିମର ଉଦ୍ଦେଶ୍ୟ ବିଷୟରେ କହିବାକୁ ଯାଇ କହିଥିଲେ ଯେ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଶିଶୁ ମାନଙ୍କ ପାଇଁ ସୁରକ୍ଷିତ ପରିବେଶ ନିଶ୍ଚିତ କରିବା ସହିତ ଏକ ଶିଶୁ ବନ୍ଧୁ ଜିଲ୍ଲା ଭାବେ ଗଢି ତୋଳିବା ନିମନ୍ତେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ବିଭିନ୍ନ ବିଭାଗ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନିଆ ଯାଇଛି । ପୋଲିସ ବିଭାଗ ମଧ୍ୟ ଆମ ପୋଲିସ ସମିତି ମାଧ୍ୟମରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ସଚେତନତା ସୃଷ୍ଟି କରୁଛନ୍ତି । ପୋଷ୍ୟ ସନ୍ତାନ ଗ୍ରହଣ ସମ୍ବନ୍ଧରେ ମଧ୍ୟ ବୁଝିବାକୁ ହେବ କାରଣ ହୁଏତ ଆଗାମୀ ଦିନରେ ଆମ ନଜରକୁ ପରିତକ୍ତ ଅବସ୍ଥାରେ ଗୋଟିଏ ଶିଶୁ ଆସି ପାରେ ।cc272723 acfb 4e95 b9fa 393a91a1cc79 ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ ସଂକ୍ରାନ୍ତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ସେହି ଭଳି ସ୍ଥିତିରେ ଶିଶୁ ମାନଙ୍କୁ ଆମେ ଉପଯୁକ୍ତ ସହଯୋଗ କରିବାକୁ ହେବ ଯେପରିକି ପ୍ରଥମେ ପୋଲିସ କୁ ଜଣାଇବା, ତାପରେ ୧୦୯୮ ନମ୍ବରରେ ଫୋନ କରି ଚାଇଲ୍ଡଲାଇନ କୁ ଜଣାଇବା ଆବଶ୍ୟକ । ପୋଲିସ ବା ଚାଇଲ୍ଡ ଲାଇନ ଏହି ଖବର ପାଇଲା ପରେ ସେହି ଶିଶୁକୁ ଶିଶୁ ମଙ୍ଗଳ ସମିତିରେ ହାଜର କରାଇବା ପରେ ସେହି ଶିଶୁକୁ ଉପଯୁକ୍ତ ସହଯୋଗ କରାଯାଇ ପାରିବ ।

ତେଣୁ ଯେ କେହି ଏହିଭଳି ଘଟଣା ଦେଖିଲେ ତୁରନ୍ତ ପୋଲିସ ଓ ଚାଇଲ୍ଡ ଲାଇନକୁ ଜଣାଇ ପାରିବେ । ସାରା ଦେଶରେ ବର୍ତ୍ତମାନ ପୋଷ୍ୟ ସନ୍ତାନ ଗ୍ରହଣସଚେତନତା ମାସ ଚାଲୁ ରହିଛି ଏହି ସମୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ନିଜ ଦାୟିତ୍ଵ ଅନୁସାରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ଥାନା ଅଧିକାରୀ ମାନଙ୍କ ମାଧ୍ୟମରେ ଜିଲ୍ଲାର ପ୍ରତ୍ଯେକ ନାଗରିକ ପାଖରେ ସଚେତନତା ପହଞ୍ଚାଇବା ଲକ୍ଷ୍ୟ ରଖି ଏହି ତାଲିମର ଆୟୋଜନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶିଶୁ ସୁରକ୍ଷା ସମିତିର ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ସମ୍ବଳ ଏଜେନ୍ସିର କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ଶୁଭ ଦର୍ଶୀ ଦାସ ରିସୋର୍ସ ପର୍ସନ ଭାବେ ଯୋଗଦେଇ ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ ୨୦୧୭ ବିଷୟରେ ଆଲୋଚନା କରି କହିଥିଲେ ଯେ, ଆଇନ ଅନୁଯାୟୀ ପୋଷ୍ୟ ସନ୍ତାନ ଗ୍ରହଣ କରିଥିଲେ ଉଭୟ ଅଭିଭାବକ ଓ ଶିଶୁ ମାନଙ୍କ ପାଇଁ ନିରାପଦ ହୋଇଥାଏ ଯଦି ଆଇନ ଅନୁସାରେ ପୋଷ୍ୟ ସନ୍ତାନ ଗ୍ରହଣ କରି ନ ଥାନ୍ତି ତେବେ ଭବିଷ୍ୟତରେ ଦଣ୍ଡ ପାଇବାର ସମ୍ଭାବନା ରହିଛି । ଯଦି କିଏ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଚାହୁଁ ଥାନ୍ତି ତେବେ ସେମାନେ www.cara.nic.in ମାଧ୍ୟମରେ ଆବେଦନ କରି ପାରିବେ ନଚେତ ସେମାନେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସହିତ ଯୋଗାଯୋଗ କରି ଅନଲାଇନ ମାଧ୍ୟମରେ ଆବେଦନ କରି ପାରିବେ ।c9864b92 4627 421f 8745 e2ce155e7d0c ପୋଷ୍ୟ ସନ୍ତାନ ଗ୍ରହଣ ଅଧିନିୟମ ସଂକ୍ରାନ୍ତ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ରାଜକିଶୋର ସାହୁ, ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ଶ୍ରୀ ରତ୍ନେଶ୍ଵର ସାହୁ, ସମନ୍ଵିତ ଶିଶୁ ବିକାଶ ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରୀ ପାଢୀ, ସମସ୍ତ ଥାନା ଗୁଡିକରୁ ଥାନା ଅଧିକାରୀ, ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର, ଏସ.ଏ ଏ ଏବଂ ଚାଇଲ୍ଡଲାଇନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ ।