ପିଙ୍ଗୁଆ ମିନି ଷ୍ଟ।ଡିୟମରେ ଷଷ୍ଠ ବାର୍ଷିକ ପ୍ରମୋଦ କୁମାର ସିଂହ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଅନୁଷ୍ଠିତ

0
180

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୦୨/୧୨) : ପିଙ୍ଗୁଆ ମିନି ଷ୍ଟ।ଡିୟମରେ ଆଜି ଷଷ୍ଠ ବାର୍ଷିକ ପ୍ରମୋଦ କୁମାର ସିଂହ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ।

ପିଙ୍ଗୁଆ ମିନି ଷ୍ଟ।ଡିୟମରେ ଅନୁଷ୍ଠିତ ଉକ୍ତ ମ୍ୟାଚ ରେ ବାଘୁଆବେଣା କ୍ରିକେଟ ଟିମ କୁ ହରାଇ ଗଁଦିଆ କ୍ରିକେଟ ଟିମ ଚମ୍ପିୟନ ହୋଇଛି । ଟସ ଜିତି ଗଁଦିଆ କ୍ରିକେଟ ଟିମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୮ ଓଭରରେ ୮ ୱିକେଟ ହରାଇ ୨୪୫ ରନ ସଂଗ୍ରହ କରିଥିଲା । ଜବାବରେ ବାଘୁଆବେଣା କ୍ରିକେଟ ଟିମ ତାର ସମସ୍ତ ୱିକେଟ ୨୩୮ ରନ ସଂଗ୍ରହ କରିଥିଲା । ଏହି ମ୍ୟାଚ ରେ ଗଁଦିଆ କ୍ରିକେଟ ଟିମ ର ମନୋଜ ସେଠୀ ଙ୍କୁ ମ୍ୟାନ ଆଫ ଦି ମ୍ୟାଚ ଏବଂ ବାଘୁଆବେଣା କ୍ରିକେଟ ଟିମ ର ରବିନ୍ଦ୍ର ନାୟକଙ୍କୁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି ।