ଗଜପତି ଜିଲ୍ଲା ପ୍ରଶାସନ ପୌର ନିର୍ବାଚନ ସଂରକ୍ଷଣ ସଂଶୋଧନ ଆଇନ୍ ଅନୁଯାୟୀ ହୋଇନାହିଁ

0
221

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୦୨/୧୨) : ଗଜପତି ଜିଲ୍ଲା ପ୍ରଶାସନ ପୌର ନିର୍ବାଚନ ସଂରକ୍ଷଣ ସଂଶୋଧନ ଆଇନ୍ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ କରି ନ ଥିବା ଅଭିଯୋଗ ହୋଇଛି ।

ଖବର ନେବାରେ ଜଣାପଡିଛି କି ଗଜପତି ଜିଲ୍ଲା ପ୍ରଶାସନ ପୌର ନିର୍ବାଚନ ସଂରକ୍ଷଣ ସଂଶୋଧନ ଆଇନ୍ ଅନୁଯାୟୀ ହୋଇନାହିଁ । କାଶୀନଗର ପୌର ପରିଷଦ ରେ ଚଳିତ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା ଓ କାହାର କିଛି ଆପତ୍ତି ଅଭିଯୋଗ ଥିଲେ ଆପତ୍ତି ପାତ୍ର ଆହ୍ୱାନ କରାଯାଇଥିଲା । କାଶୀନଗର ଏନ୍ ଏ ସି ତରଫରୁ ୩-୪ ଟି ଆପତ୍ତି ଅଭିଯୋଗ କରାଯାଇଥିଲେ ହେଁ କୌଣସି ପକ୍ଷକୁ ଡ଼କାଯାଇ ନ ଥିଲା ବୋଲି ପୂର୍ବତନ କାଉନସିଲାର ଏମ୍ ପ୍ରବୀଣ କୁମାର ଅଭିଯୋଗ କରିଛନ୍ତି । ସେ ଆହୁରି ପୁଣି କହିଛନ୍ତି କି ଓଡ଼ିଶା ଗେଜେଟ ରେ ପ୍ରକାଶିତ ଚିଠା ବିଜ୍ଞପ୍ତି ଅନୁଯାୟୀ ଜିଲ୍ଲା ପ୍ରଶାସନ ନିଜର ୨୯/୧୧ରେ ପ୍ରକାଶିତ ବିଜ୍ଞପ୍ତି ପ୍ରକାଶ କରି ନାହାନ୍ତି । ଯାହାକି ମୁନିଶିପଲ୍ ଆଇନ୍ ଅନୁଯାୟୀ ଭୁଲ ଅଟେ ।

ଏଣୁ ପ୍ରଶାସନ ସଂଶୋଧିତ ଫର୍ମ ରେ ସଂରକ୍ଷଣ ତାଲିକା ପ୍ରକାଶ କରନ୍ତୁ । ଗତ ୨୯/୧୧ ପ୍ରକାଶିତ ତାଲିକା କୁ ସବୁ ଦଳ ବିରୋଧ କରିଛନ୍ତି । ସେ ଆହୁରି ଅଭିଯୋଗ କରିଛନ୍ତି କି ପ୍ରତ୍ୟେକ ୱାର୍ଡ ର ଚାରି ଦିଗ ରେ କଣ କଣ ଅଛି ତାହା ମଧ୍ୟ ଦର୍ଶା ଯାଇନାହିଁ । ଏଣୁ ସେ ଏଭଳି ନିଷ୍ପତି କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।