ମାର୍ଗଶିର ମାସ ଗୁରୁବାର ଦିନ ଏହି ଭୁଲ କରନ୍ତୁ ନାହିଁ !

0
159

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୦୨/୧୨) : ହିନ୍ଦୁ ଧର୍ମରେ ଗୁରୁବାର ଦିନ ଦେବ ଗୁରୁ ବୃହସ୍ପତିଙ୍କୁ ପୂଜାର୍ଚ୍ଚନା କରାଯାଏ । ଗୁରୁବାର ମାଁ ଲକ୍ଷ୍ମୀଙ୍କ ଅତିପ୍ରିୟ ବାର ହୋଇଥାଏ । ଅନ୍ୟ ଗୁରୁବାର ଅପେକ୍ଷା ମାର୍ଗଶିର ମାସ ଗୁରୁବାର ମାଁ ଲକ୍ଷ୍ମୀଙ୍କ ବହୁତ ପ୍ରିୟ ବାର ହୋଇଥାଏ ।WhatsApp Image 2021 12 02 at 11.11.55 AM ମାର୍ଗଶିର ମାସ ଗୁରୁବାର ଦିନ ଏହି ଭୁଲ କରନ୍ତୁ ନାହିଁ !

ମାର୍ଗଶିର ମାସ ଗୁରୁବାର ଦିନ ମାଁ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଗୃହକୁ ମାଁ ଲକ୍ଷ୍ମୀଙ୍କ ପ୍ରବେଶ ହୋଇଥାଏ । ଜ୍ୟୋତିଶାସ୍ତ୍ରରେ ବୃହସ୍ପତି ଙ୍କୁ ସାଧୁସନ୍ଥ ଙ୍କ ଦେବତା ବୋଲି କୁହାଯାଏ । ଏପରିକି ଆମ ଜୀବନ ର ସମସ୍ତ ସୁଖର ଚାବିକାଠି ବୃହସ୍ପତିଙ୍କ ପାଖରେ ଥିବା କୁହାଯାଏ । ଜ୍ୟୋତିଷ ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେ ଯେଉଁ ବ୍ୟକ୍ତିଙ୍କ ଉପରେ ବୃହସ୍ପତିଙ୍କ କୃପା ଦୃଷ୍ଟି ରହିଥାଏ ସେହି ବ୍ୟକ୍ତିଙ୍କ ଉପରେ ଦୁଃଖ ପ୍ରବେଶ କରେ ନାହିଁ ।

ଏମିତି ମାନାଯାଏ ଯେ ଯେଉଁ ବ୍ୟକ୍ତିଙ୍କ ଗୁରୁ ଗ୍ରହ ମଜବୁତ ଥାଏ ତାର ଭାଗ୍ୟ ଚମକି ଥାଏ । ତାକୁ ସବୁ କ୍ଷେତ୍ରରେ ସମୃଦ୍ଧି ମିଳିଥାଏ । ଧନର ମାମଲାରେ ତାକୁ ବିଜୟୀ ପ୍ରାପ୍ତ ହୋଇଥାଏ । ଆଉ ଯେଉଁ କାମରେ ହାତ ଦେଇଥାଏ ସେହି କାମ ନିଶ୍ଚୟ ପୁରା ହୋଇଥାଏ । କିନ୍ତୁ ଯଦି ଆପଣ ଗୁରୁବାର ଦିନ ଏମିତି କାର୍ଯ୍ୟ କରି ଦିଅନ୍ତି ତ ଆପଣଙ୍କ ପରିବାର ଉପରେ ସଂକଟ ଆସିଥାଏ । ଆପଣଙ୍କ ଗୁରୁ ଗ୍ରହ ମଜବୁତ ସ୍ଥିତି ରୁ କମଜୋର ସ୍ଥିତି କୁ ଆସିଯାଇଥାଏ । ଯାହା ଦ୍ୱାରା ଆପଣଙ୍କୁ ଅନେକ ସମସ୍ୟା ର ସମ୍ମୁଖୀନ ହେବାକୁ ପଡିଥାଏ ।

ଏବେ ଆସନ୍ତୁ ଜାଣିବା ଗୁରୁବାର ଦିନ କେଉଁ ସବୁ କାମ କରିବା ଉଚିତ ନୁହେଁ ।

ଯଦି ଆପଣ ଏହି କାମ କରୁଛନ୍ତି ତ ଆପଣଙ୍କ ବୈବାହିକ ଜୀବନ ଭଲରେ କଟି ନ ଥାଏ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଲଢେ଼ଇ ଝଗଡା ହେବାକୁ ଲାଗିଥାଏ । ଛୋଟ ଛୋଟ କଥାରେ ବାଦ ବିବାଦ ହେବାକୁ ଲାଗିଥାଏ ଏବଂ ପ୍ରେମ କ୍ରୋଧରେ ବଦଳି ଯାଇଥାଏ ଏବଂ ଆପଣ ଯେଉଁବି କାମ କରନ୍ତି ସେଥିରେ ଅସଫଳତା ମିଳିଥାଏ । ଧନ ଆପଣଙ୍କ ଠାରୁ ବହୁତ ଦୂରକୁ ଚାଲିଯାଇଥାଏ । ଟଙ୍କା ପଇସା ଆପଣଙ୍କ ପାଖରେ ରହି ନ ଥାଏ ଏବଂ ପଇସା ବିମାରୀ ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାର୍ଯ୍ୟରେ ଖର୍ଚ୍ଚ ହୋଇଯାଇଥାଏ ।

ବନ୍ଧୁଗଣ ଯଦି ଗୁରୁ ଗ୍ରହ ଉଚ୍ଚ ସ୍ଥିତିରେ ରହିଥାଏ ତ ମାନ ସମ୍ମାନ ଯଶ ଧନ ଐଶ୍ୱର୍ଯ୍ୟରେ ବୃଦ୍ଧି ହୋଇଥାଏ । ଯଦି ଗୁରୁବାର ଦିନ ଘର ର ମହିଳା ବାଳ ଧୋଇଥାନ୍ତି କିମ୍ଵା ନଖ କାଟିଥାନ୍ତି କିମ୍ବା ଘରର ପୁରୁଷ ନଖ ଦାଢ଼ି ଚୁଟି କାଟିଥାନ୍ତି ତ ଏହା ଦ୍ୱାରା ଗୁରୁ ଗ୍ରହ ବହୁତ ରାଗି ଯାଇଥାନ୍ତି । ଏହା କରିବା ଦ୍ୱାରା ରାହୁ ର ପ୍ରସନ୍ନତା ଦେଖିବାକୁ ମିଳିଥାଏ ଏବଂ ଯଦି ରାହୁ ଗ୍ରହ ଗୁରୁ ଗ୍ରହ ଉପରେ ଭାରି ହୋଇଯାଏ ତ ଦେଖୁ ଦେଖୁ ସବୁ କାର୍ଯ୍ୟ ର ଅସଫଳତା ପ୍ରାପ୍ତ ହୋଇଥାଏ ଏବଂ ଗୁରୁ ଗ୍ରହ ନୀଚ ସ୍ଥିତି କୁ ଆସିଯାଇଥାଏ । ଏଥିପାଇଁ ଗୁରୁବାର ଦିନ ଘର ର ମହିଳାମାନେ ଭୁଲରେ ମଧ୍ୟ ବାଳ ଧୁଅନ୍ତୁ ନାହିଁ ତା ସହିତ ପୁରୁଷ ମାନେ ମଧ୍ୟ ନଖ ଦାଢ଼ି ଚୁଟି କାଟନ୍ତୁ ନାହିଁ ।WhatsApp Image 2021 12 02 at 11.11.55 AM 1 ମାର୍ଗଶିର ମାସ ଗୁରୁବାର ଦିନ ଏହି ଭୁଲ କରନ୍ତୁ ନାହିଁ !

ଗୁରୁବାର ଦିନ କୌଣସି ବି ବ୍ୟକ୍ତିଙ୍କୁ ଟଙ୍କା ଉଧାରରେ ଦିଅନ୍ତୁ ନାହିଁ । ଗୁରୁବାର ଦିନ ଉଧାର ଦେବା କିମ୍ବା ନେବା ଉଚିତ ହୋଇନଥାଏ । ଯଦି ଆପଣ ଗୁରୁବାର ଦିନ କେଉଁ ବ୍ୟକ୍ତିଙ୍କୁ ଉଦ୍ଧାର ଦେଉଛନ୍ତି ତାହେଲେ ଆପଣ ଏବଂ ଉଦ୍ଧାର ନେଉଥିବା ବ୍ୟକ୍ତି ଦୁଇଜଣ କାଙ୍ଗାଳ ଅବସ୍ଥାକୁ ଆସିଯାଇଥାନ୍ତି ଏବଂ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ।

ଗୁରୁବାର ଦିନ ଘରେ ପୋଛା ଲଗାଇବା ଶାସ୍ତ୍ରେ ବର୍ଜିତ ଅଛି । କୁହାଯାଏ ଯେ ଏମିତି କଲେ ଗୃହରେ ଆକସ୍ମିକ ଦୁର୍ଘଟଣା ବାସ୍ତୁଦୋଷ ଏବଂ ନକରାତ୍ମକତା କୁ ଆମନ୍ତ୍ରିତ କରିଥାଏ । ଯଦି ଏହା ପରେ ବି ଆପଣ ଗୁରୁବାର ଦିନ ପୋଛା ଲଗାଇବାକୁ ଚାହୁଁଛନ୍ତି ତ ଆପଣଙ୍କୁ ସେହି ପାଣିରେ ଲୁଣ ମିଶାଇ ଆପଣ ପୋଛା ଲଗାଇପାରିବେ । ଏମିତି କଲେ ମାଁ ଲକ୍ଷ୍ମୀଙ୍କ ଆପଣଙ୍କ ଘରକୁ ଆଗମନ ହୋଇଥାଏ ।

ଗୁରୁଗ୍ରହ ଆମର ଜୀବନରେ ବୈବାହିକ ଏବଂ ଜୀବନର ସମୃଦ୍ଧିର ଗ୍ରହ ମାନାଯାଇଥାଏ । ଏଥିପାଇଁ ଏହି କଥା ର ଧ୍ୟାନ ରଖନ୍ତୁ ଯେ କେବେ ବି ନିଜର ପତ୍ନୀ, ମାତା, ପିତା କିମ୍ବା ଘରର କୌଣସି ବି ମହିଳା ସହିତ ଲଢେଇ ଝଗଡା କରିବା ସାକ୍ଷତ ଗୁରୁଗ୍ରହ କୁ ବର୍ବାଦ କରିବା ବରାବର ହୋଇଥାଏ । ଏଥିପାଇଁ ଗୁରୁବାର ଦିନ ନିଜର ପତ୍ନୀ ମାତା ପିତା କିମ୍ବା ଘରର କୌଣସି ବି ମହିଳା ସହିତ ଲଢେଇ ଝଗଡା କରନ୍ତୁ ନାହିଁ ।

ଯଦି ଆପଣଙ୍କର ସହିତ ଏମିତି ହେଉଛି କି ବାରମ୍ବାର ଧନ ହାନି ହେଉଛି କେଉଁବି କାର୍ଯ୍ୟ କରିବା ସମୟରେ ଆପଣଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଅଛି ତେବେ ଆପଣ ସେହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ୫ ଟି ଗୁରୁବାର ବିନା କଇଁଚି କିମ୍ବା ଚାକୁରେ ଅର୍ଥାତ ବିନା ଧାରୁଆ ଜିନିଷରେ କଟା ଯାଇଥିବା ପରିବା ଖାଦ୍ୟ ଗୁରୁବାର ଦିନ ଖାଇବା ଉଚିତ । ଆପଣଙ୍କୁ ନିଶ୍ଚୟ ଲାଭ ମିଳିବ । ଏମିତି କରିବା ଦ୍ୱାରା ରାହୁର କ୍ରୁର ପ୍ରଭାବ ଆପଣଙ୍କ ଠାରୁ ଦୂରେଇ ରହିଥାଏ ଏବଂ ଆପଣଙ୍କର ଗୁରୁଗ୍ରହ ମଜବୁତ ହୋଇଥାଏ ।

ମାର୍ଗଶିର ମାସ ଗୁରୁବାର ଘରର ମହିଳା ମାନେ ଅଶ୍ୱସ୍ତ ଗଛ ମୂଳରେ ଭୁଲରେ ବି ଜଳ ଅର୍ପଣ କରନ୍ତୁ ନାହିଁ । ଗୁରୁବାର ଦିନ ଅଶ୍ୱସ୍ତ ଗଛ ମୂଳରେ ଜଳ ଅର୍ପଣ କରିବା ସାକ୍ଷତ ଖରାପ ଶକ୍ତି ଗୁଡିକୁ ଘର ଆଡ଼କୁ ଆକର୍ଷିତ କରିବା ବରାବର ମାନା ଯାଇଥାଏ । ସେଥିପାଇଁ ଗୁରୁବାର ଦିନ ଘରର ମହିଳାମାନେ ଅଶ୍ୱସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ନାହିଁ ।

କିଛି ଲୋକ ଏହି ପ୍ରଶ୍ନ ପଚାରି ଥାନ୍ତି କି ଗୁରୁବାର ଦିନ ସମ୍ବଦ୍ଧ ବନାଇବା ଭଲ ମନାଯାଇଥାଏ ନାଁ ବୈବାହିକ ଜୀବନରେ ସମସ୍ୟା ଆସିଥାଏ । ତ ଆପଣଙ୍କୁ ଜଣେଇ ଦେଉଛୁ ଯେ ଏମିତି କିଛି ବି ନାହିଁ ଗୁରୁବାର ଦିନ ଆପଣ ନିଶ୍ଚୟ ସମ୍ବଦ୍ଧ ବନେଇ ପାରିବେ । କେବଳ ଏହି କଥାର ଧ୍ୟାନ ରଖିବେ ଯେ ଯେଉଁ ରୁମରେ ସମ୍ବଦ୍ଧ ବନେଇବେ ସେହି ରୁମରେ ଯେମିତି ଆପଣଙ୍କ ପିତୃପୁରୁଷ ଙ୍କ ଫୋଟ ନ ଥିବ । ଯଦି ଏହି ଫୋଟ ରଖୁଛନ୍ତି ତେବେ ଆପଣଙ୍କୁ କେତେ ପ୍ରକାର ଦୋଷର ସାମ୍ନା କରିବାକୁ ପଡିଥାଏ । ପିତୃ ଦୋଷ ଆପଣଙ୍କୁ ଲାଗିଯାଇଥାଏ । ଏଥିପାଇଁ ନିଜ ଶୟନ କକ୍ଷ ଭିତରେ କେବେବି ପିତୃପୁରୁଷଙ୍କ ଫୋଟ ଏବଂ ଭଗବାନ ହନୁମାନଙ୍କ ଫୋଟ ରଖିବେ ନାହିଁ ।

ଯଦି ଆପଣ ଗୁରୁଗ୍ରହ କୁ ପ୍ରସନ୍ନ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ପ୍ରତ୍ୟକ ଗୁରୁବାର ଦିନ ଛୋଟ ପିଲାଙ୍କୁ ବା ଛୋଟ କନ୍ୟାଙ୍କୁ ହଳଦିଆ ଜିନିଷର ଦାନ ଅବଶ୍ୟ କରନ୍ତୁ । ଯେମିତିକି ହଳଦିଆ ରଙ୍ଗର ଗିପ୍ଟ ଦିଅନ୍ତୁ କିମ୍ବା ହଳଦିଆ ରଙ୍ଗର ମିଠା ଖୁଆନ୍ତୁ । ଯଦି ଏମିତି କରି ନ ପାରିବେ ତ ଆପଣ ପ୍ରତ୍ୟକ ଗୁରୁବାର ଦିନ ୧୨ ଟି କଦଳୀ ଛୋଟ ପିଲା ମାନଙ୍କୁ କିମ୍ବା ଭିକାରୀ ମାନଙ୍କୁ ଦାନ କରନ୍ତୁ ।

ଗୁରୁବାର ଦିନ ଯଦି ଆପଣ ଗାଧୁଆ ପାଣିରେ ହଳଦୀ ପକେଇ ଗାଧୋଉଛନ୍ତି ତେବେ ଆପଣଙ୍କ ପରିବାର ଉପରେ ଦେବୀ ଦେବତା ମାନଙ୍କର ଆଶୀର୍ବାଦ ବନି ରହିଥାଏ ଏବଂ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଥାଏ ।

ଗୁରୁବାର ବୃହସ୍ପତି ଙ୍କୁ ସମର୍ପିତ ହୋଇଥିବାରୁ ଦେବ ଗୁରୁଙ୍କର ପ୍ରିୟ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଭଗବାନ ବିଷ୍ଣୁଙ୍କୁ ମଧ୍ୟ ହଳଦିଆ ରଙ୍ଗ ପ୍ରିୟ ଅଟେ । ତେଣୁ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ । ଗୁରୁବାର ଦିନ ହଳଦିଆ ବସ୍ତୁ ଦାନ କରିବା ଶୁଭ ହୋଇଥାଏ ।
ବର୍ଷର ଶେଷ ମାସ ଡିସେମ୍ବର ଆରମ୍ଭ ହୋଇଯାଇଛି । ହିନ୍ଦୁ ପଞ୍ଚାଙ୍ଗରେ ଏହା ମାର୍ଗଶୀର ମାସ ଚାଲିଛି । ଏହା ୧୯ ଡିସେମ୍ବର ଯାଏ ଚାଲିବ । ଏହି ମାସରେ ଶ୍ରୀକୃଷ୍ଣ, ଭଗବାନ ଦତ୍ରାତ୍ରେୟ, ସତ୍ୟନାରାୟଣ ଦେବଙ୍କ ପୂଜା,ପିତୃଦେବଙ୍କ ପୂଜା ଓ ଭୈରବ ପୂଜା ଆଦି କରାଯାଏ ।