ବାଗଦାଦରେ ଇଦ୍-ଉଲ୍-ଅଦାର ଦିନକ ପୂର୍ବରୁ ଭୟଙ୍କର ବିସ୍ଫୋରଣ : ୩୫ ମୃତ,୧୦ରୁ ଅଧିକ ଆହତ

0
176

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଇରାକ,ବାଗଦାଦ,(୨୦/୦୭) : ଇରାକ ରାଜଧାନୀ ବାଗଦାଦରେ ଇଦ୍-ଉଲ୍-ଅଦାର ଦିନକ ପୂର୍ବରୁ ଭୟଙ୍କର ବିସ୍ଫୋରଣ ଘଟିଛି । ସୋମବାର ବାଗଦାଦ ଉପକଣ୍ଠ ରାସ୍ତା କଡ଼ରେ ଘଟିଥିବା ଏହି ଭୟଙ୍କର ବିସ୍ଫୋରଣରେ ଅତି କମରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ଇରାକର ସୁରକ୍ଷା ଅଧିକାରୀମାନଙ୍କ ଠାରୁ ସୂଚନା ମିଳିଅଛି ।ବାଗଦାଦରେ ଇଦ୍-ଉଲ୍-ଅଦାର ଦିନକ ପୂର୍ବରୁ ଭୟଙ୍କର ବିସ୍ଫୋରଣ : ୩୫ ମୃତ,୧୦ରୁ ଅଧିକ ଆହତ

ଇରାକର ସୁରକ୍ଷା ଅଧିକାରୀ କହିଛନ୍ତି ଯେ,”ଏହି ବିସ୍ଫୋରଣ ବାଗଦାଦରେ ସଦର ସହରର ଏକ ଜନଗହଳିପୂର୍ଣ୍ଣ ବଜାରରେ ଘଟିଛି । ବାଗଦାଦରେ ଇଦ୍-ଉଲ୍-ଅଦାର ଦିନକ ପୂର୍ବରୁ ଯେତେବେଳେ ଲୋକେ ଶପିଂ କରିବାରେ ବ୍ୟସ୍ତ ଥିଲେ, ସେହି ସମୟରେ ଏହି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୩୫ ଲୋକଙ୍କ ମୃତ୍ୟୁ ହୋଇଛି” ।

ଏହି ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । କିନ୍ତୁ ଇସଲାମିକ୍ ଷ୍ଟେଟ୍ ପୂର୍ବରୁ ଏହି ଅଞ୍ଚଳରେ ପୂର୍ବରୁ ହୋଇଥିବା ଏଭଳି ଆକ୍ରମଣ ପାଇଁ ନିଜକୁ ଦାୟୀ କରିସାରିଛି । ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ମୁସ୍ତଫା-ଅଲ୍ କଦିମି ମାର୍କେଟ୍ ଫେଡେରାଲ୍ ପୁଲିସ୍ ରେଜିମେଣ୍ଟର କମାଣ୍ଡରଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ବର୍ଷ ତୃତୀୟ ଥର ପାଇଁ ମାର୍କେଟରେ ଏଭଳି ବିସ୍ଫୋରଣ ଘଟିଛି ।

ଏହାପୂର୍ବରୁ ଜୁନ୍ ମାସରେ ସଦର ସହରର ଏକ ବଜାରରେ କିଓସ୍କ ତଳେ ରଖାଯାଇଥିବା ବୋମା ବିସ୍ଫୋରଣରେ ୧୫ ଜଣ ଆହତ ହୋଇଥିଲେ । ସେହିପରି ଏପ୍ରିଲ ମାସରେ ସଦର ସହରରେ ଏକ କାର୍ ବିସ୍ଫୋରଣରେ ଅତି କମରେ ଚାରିଜଣ ପ୍ରାଣ ହରାଇଥିଲେ ।