କୋଶଳାଞ୍ଚଳ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ଆଉ ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ

0
165

ରିପୋର୍ଟ : ନିରଞ୍ଜନ ତ୍ରିପାଠୀ
ବରଗଡ଼,ପଦ୍ମପୁର,(୨୦/୦୭) : ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ର ପତ୍ର ସଂଖ୍ୟା-୯୨୬୬ ତା-୧୨.୦୬ ୨୦୨୧ ଅନୁଯାୟୀ ପ୍ରକାଶ ପାଇଥିବା ପ୍ରଧାନ ମନ୍ତ୍ରୀ ଆବସ ଯୋଜନା ର ହିତାଧିକାରୀଙ୍କ ସୂଚୀ ରେ କୋଶଳାଞ୍ଚଳ ର ପ୍ରାୟ ସମସ୍ତ ଜିଲ୍ଲାକୁ ପରିହାସ କଲା ପରି କୌଣସି ଲାଭାର୍ଥ ନ ଥିବା ଦର୍ଶାଯାଇଛି ।

ଯାହାକି ସରକାରଙ୍କ କୋଶଳାଞ୍ଚଳ ପ୍ରତି ଥିବା ବୈମାତୃକ ମନୋଭାବ ଏବଂ ଆଞ୍ଚଳିକ ବୈଷମ୍ୟବାଦ କୁ ପୁଣିଥରେ ପ୍ରମାଣିତ ଏବଂ ଉଜାଗର କରିଛି । ଏହା ରାଜନୈତିକ ନୁହେଁ ବରଂ କୁହାଯିବ ଏହା ଏକ ଚତୁରତା ସହ କୂଟନୈତିକ ଚକ୍ରାନ୍ତ । ପୂର୍ବରୁ ମଧ୍ୟ ବାରମ୍ବାର କ୍ୟାନସର୍ ହସ୍ପିଟାଲ ଦାବି ହେଉ କିମ୍ବା ସାଂସ୍କୃତିକ ଅନୁଷ୍ଠାନ ମାନଙ୍କୁ ଆର୍ଥିକ ସହଯୋଗ ଦେବା ପ୍ରସଙ୍ଗରେ ଧନୁଯାତ୍ରା କିମ୍ବା ଚନ୍ଦନ ଯାତ୍ରା ସବୁ ସମୟରେ ହେୟ ମନେକରା ଯାଇଥିବା ପ୍ରମାଣ ଅଛି ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଫିସ ହେଉ କିମ୍ବା ଚାଷୀଙ୍କ ଧାନ କିଣା ହେଉ ସବୁଠି କେବଳ ପ୍ରତାରଣା ଆଉ ପ୍ରତାରଣା । ଶିବାନୀ ଗଣନାଟ୍ୟର ବହୁ ଚର୍ଚିତ ନାଟକ” ମୁଇଁ ସମ୍ବଲପୁରୀ ନନୀ” ରେ କୈଳାଶ ବେହେରାଙ୍କ ଦମଦାର କ୍ଷୋଭଭରା କଟୁକ୍ତି ମାଧ୍ୟମ ରେ ମଧ୍ୟ ସରକାରଙ୍କୁ ଦିଆ ଯାଇଥିବା ଚେତାବନୀ ବୋଧହୁଏ ତାଙ୍କୁ ମନେ ପଡ଼ୁନାହିଁ ।

ସବୁଠୁ ବେଶୀ ଦୁଃଖ ଓ ପରିତାପର ବିଷୟ ଯେ ଆମ ଅଞ୍ଚଳର ଫମ୍ପା ବାହାସ୍ଫୋଟ ମାରୁଥିବା କୌଣସି ରାଜନେତା ଉପରୋକ୍ତ ସମସ୍ତ ପ୍ରସଙ୍ଗ ନେଇ ଆଜି ଯାଏଁ ରାଜ୍ୟ ପ୍ରଶାସନ ସାମନାରେ ତିଳେମାତ୍ର ପ୍ରତିବାଦର ସ୍ୱର ଉତ୍ତୋଳନ କରି ନାହାଁନ୍ତି । ଯାହା ତାଙ୍କର ଭୀରୁତା ଏବଂ ଅପାରଗତାର ପ୍ରମାଣ ଦେଉଛି ।

ଆଗାମୀ ନିର୍ବାଚନରେ ଅଞ୍ଚଳବାସୀ ଏହାର ସଠିକ ଜବାବ ଦେବା ସହ କିଛିଦିନ ମଧ୍ୟରେ ଏକ ବିରାଟ ଜନ ଆନ୍ଦୋଳନର ସଜବାଜ ଆରମ୍ଭ କରୁଥିବାର ଆଭାସ ଉଦ୍ଭାସିତ ହେଉଥିବାର ସୂଚନା ମିଳୁଛି ।