ଗରିବ ପ୍ରସୂତି ମହିଳା ଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ମହିଳା ସ୍ୱାସ୍ଥ୍ୟ କର୍ମୀ ବ୍ରଜେଶ୍ବରୀ

0
309

ସ୍ୱାସ୍ଥ୍ୟ ବିଭାଗର ଗୌରବ ବଢ଼ାଇ ଯୁବପିଢୀଙ୍କୁ ପ୍ରେରଣା ଦେଲେ
ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୬/୧୨) : ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଉପଖଣ୍ଡ ଡାକ୍ତରଖାନାଠାରେ ଜଣେ ଗରିବ ପ୍ରସୂତି ମହିଳା ଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଛନ୍ତି ଓ ମହାନତାର ପରିଚୟ ଦେଇଛନ୍ତି ଡାକ୍ତରଖାନାର ମହିଳା ସ୍ୱାସ୍ଥ୍ୟ କର୍ମୀ ବ୍ରଜେଶ୍ବରୀ ପାତ୍ର |

ପ୍ରାପ୍ତ ସୂଚନା ଅନୁସାରେ ବୀରମହାରାଜପୁର ଡାକ୍ତରଖାନାରେ ସୁବଳୟା ଅଂଚଳର ଗରିବ ପ୍ରସୂତି ମହିଳା ବର୍ତ୍ତମାନ ବିରମହାରାଜପୁର ସଦର ନିକଟ ଟାଙ୍ଗରସାହି ଠାରେ ବସବାସ କରୁଥିବା ଗରିବ ଶ୍ରମିକ ଶ୍ରେଣୀ ର ଅଟନ୍ତି ଓ ଏହି ମହିଳା ଲକ୍ଷ୍ମୀ ନାଏକ (୪୨) ଗତ ମାସ ୨୯ ତାରିଖ ଦିନ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ l ଜନ୍ମ ସମୟରେ ଉଭୟ ମା ଓ ପୁଅଙ୍କ ଅବସ୍ଥା ଠିକ ଥିବା ବେଳେ ଲକ୍ଷ୍ମୀ ଙ୍କ ସ୍ୱାସ୍ଥ୍ୟବସ୍ଥା  ହଠାତ ଯାଇଥିଲା l ଡାକ୍ତରୀ ପରୀକ୍ଷା ପରେ ଜାଣିବାକୁ ପାଇଲେ ଯେ ଲକ୍ଷ୍ମୀଙ୍କ ରକ୍ତ ସ୍ତର ୫ ପ୍ରତିଶତରୁ କମ ଅଛି l462edadf 0bfa 49be b225 53c0cd3fd4ef ଗରିବ ପ୍ରସୂତି ମହିଳା ଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ମହିଳା ସ୍ୱାସ୍ଥ୍ୟ କର୍ମୀ ବ୍ରଜେଶ୍ବରୀ

ଏପରି ଅବସ୍ଥାରେ ଲକ୍ଷ୍ମୀଙ୍କ ଜୀବନ ପ୍ରତି ବିପଦ ଥିବାରୁ ଡାକ୍ତର ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ଡାକ୍ତରଖାନାକୁ ରେଫର କରି ରକ୍ତ ନେବାକୁ ପରାମର୍ଶ ଦେଇଥିଲେ l ହେଲେ ଶ୍ରମିକ ଶ୍ରେଣୀର ଲକ୍ଷ୍ମୀଥିବାରୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟଡାକ୍ତରଖାନାକୁ ଯିବାକୁ ଚାହିଁ ନ ଥିଲେ l କାରଣ ତାଙ୍କ ପାଖରେ ଖର୍ଚ୍ଚ କରିବାକୁ ଟଙ୍କା ନ ଥିଲା l

ସୁବର୍ଣ୍ଣପୁର ଡାକ୍ତରଖାନା ଗଲେ ଅଧିକ ଖର୍ଚ୍ଚ ହେବ କେଉଁଠୁ ଟଙ୍କା ଆଣିବୁ ଭାବି ସେଠାକୁ ଯିବାକୁ ମନା କରି ଦେଇଥିଲେ ଏବଂ ଡାକ୍ତରଙ୍କୁ ଏଠାରେ ଚିକିତ୍ସା କରିବାକୁ ଅନୁରୋଧ କରିଥିଲେ l ଡାକ୍ତର ରକ୍ତ ନେବା ନିହାତି ଜରୁରୀ ବୋଲି  ଲକ୍ଷ୍ମୀଙ୍କୁ ବୁଝାଇଥିଲେ କିନ୍ତୁ ସେ ନ ବୁଝିବାରୁ ସେ ସମୟରେ ବିରମହାରାଜପୁର ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଆଲୋକ ସେଠ ପହଂଚି ଲକ୍ଷ୍ମୀଙ୍କୁ ବୁଝାସୁଝା କରିବା ସହ କୌଣସି ଖର୍ଚ୍ଚ ପଡିବ ନାହିଁ କି କୌଣସି ପ୍ରକାର ଭୟ କରିବାର ନାହିଁ ବୋଲି ବୁଝାଇବା ପରେ ମଧ୍ୟ ଲକ୍ଷ୍ମୀ ଯିବା ପାଇଁ ରାଜି ହୋଇ ନ ଥିଲେ l

କୌଣସି ସୂତ୍ରରୁ ଖବର ପାଇ ସଦର ମହିଳା ସ୍ୱାସ୍ଥ୍ୟ କର୍ମୀ ବ୍ରଜେଶ୍ବରୀ ପାତ୍ର ଲକ୍ଷ୍ମୀଙ୍କ ପାଖରେ ପହଂଚି ବୁଝାଇବା ସହିତ ମୁଁ ନିଜେ ରକ୍ତ ଦେବି କହି ତାଙ୍କୁ ସାହସ ଯୋଗଇ ଥିଲେ ଓ ତାଙ୍କୁ ୧୦୮ ଆମ୍ବୁଲାନସ ଯୋଗେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇ ରକ୍ତ ଦେଇ ମହିଳା ପ୍ରସୂତି ଲକ୍ଷ୍ମୀଙ୍କ ଜୀବନ ବଞ୍ଚାଇଥିଲେ l  ତାଙ୍କର ଏହି ମହତ କାମ   ପାଇଁ ଜନସାଧାରଣ ତାଙ୍କୁ ପ୍ରଶଂସା କରିଛନ୍ତି l