ଏନସି ଟ୍ୟାଗ୍ ହଟାଇବା ଦାବିରେ ଶିକ୍ଷକମାନେ ହେଲେ ଗଣ ଗିରଫଦାରୀ

0
136

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, ( ୮/ ୧୨) : ସାରା ଦେଶର ୧ ଲକ୍ଷ ୮୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଏନସି ଟ୍ୟାଗ୍ ହଟାଇବା ଦାବିରେ ଏନଆଇଓଅସ ଡିଇଏଲଇଡି ଶିକ୍ଷକ ସଂଘ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ଶିକ୍ଷକମାନେ ଆଜି ଢେଙ୍କାନାଳ ରେ ଗଣ ଗିରଫଦାରୀ ଦେଇଛନ୍ତି ।WhatsApp Image 2021 12 09 at 8.21.20 AM ଏନସି ଟ୍ୟାଗ୍ ହଟାଇବା ଦାବିରେ ଶିକ୍ଷକମାନେ ହେଲେ ଗଣ ଗିରଫଦାରୀ

ତୁରନ୍ତ ଏନସି ଟ୍ୟାଗ୍ ହଟା ନ ଗଲେ ସାରା ଦେଶର ଲକ୍ଷାଧିକ ଶିକ୍ଷକ ନୂଆଦିଲ୍ଲୀରେ ପହଞ୍ଚି ଆଗାମୀ ୧୩ ଜାନୁଆରୀ ୨୦୨୨ ରେ ସଂସଦ ଭବନ ଘେରିବାକୁ ବାଧ୍ୟ ହେବେ ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି । ଏହି ପିଡିତ ଶିକ୍ଷକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲାପାଳ ଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଏଠାରେ ପ୍ରକାଶ ଯୋଗ୍ୟ ଯେ, ୨୯ ନଭେମ୍ବରରୁ ୩ ଡିସେମ୍ବର ଯାଏଁ ୫ ଦିନ ପାଇଁ ନୂଆଦିଲ୍ଲୀ ର ଯନ୍ତ୍ର ମନ୍ତର ଠାରେ ସାରା ଦେଶର ଶିକ୍ଷକ ପ୍ରତିନିଧିମାନେ ଇଂ . ହୋତାଙ୍କ ନେତୃତ୍ୱରେ ଧାରଣା ଦେଇଥିଲେ । ତା ପୂର୍ବରୁ ୧୮ ନଭେମ୍ବର ଦିନ ସାରା ଦେଶ ର ପ୍ରତି ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଏବଂ ତାଳଚେରରେ ଶ୍ରୀ ପ୍ରଧାନ ଙ୍କ ଘର ସାମନାରେ ଧାରଣା ଦେଇଥିଲେ । ତତସହିତ ବାଇକ୍ ଚ୍ୟାଲି ମଧ୍ୟ କରିଥିଲେ ।

୨୦୧୭ ମସିହାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ସଂସ୍ଥା ଏନଆଇଓଅସ୍ ରେ ଏହି ଶିକ୍ଷକମାନେ ୨ ବର୍ଷିଆ ଡିଇଏଲଇଡି କୋର୍ସ କରିଥିଲେ । ସେଥିପାଇଁ ପ୍ରତ୍ୟେକ ଶିକ୍ଷକଙ୍କୁ ୧ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । ଏମାନେ ପରୀକ୍ଷା ଦେଇ ଡିଇଏଲଇଡି କୋର୍ସ ମଧ୍ୟ ପାସ୍ କରିଗଲେ । କିନ୍ତୁ ଏନଆଇଓଅସ୍ ଏମାନଙ୍କୁ ସାର୍ଟିଫିକେଟ୍ ନ ଦେଇ ଏନସି ଟ୍ୟାଗ୍ ଲଗାଇଦେଲା । ସେଥିପାଇଁ ଏହି ଶିକ୍ଷକମାନଙ୍କ ଚାକିରି ଏବେ ଚାଲିଯିବାର ଭୟ ସୃଷ୍ଟି ହୋଇଛି ।

ଦୀର୍ଘ ୨ ବର୍ଷ ଧରି ଅନ୍ୟାୟ ର ଶୀକାର ହୋଇ ଚାଲିଥିବା ଏହି ଶିକ୍ଷକମାନେ ଯେତେବେଳେ ଏନଆଇଓଅସ୍ ପାଖରେ ଅଭିଯୋଗ କରୁଛନ୍ତି ସେତେବେଳେ ଉକ୍ତ ସଂସ୍ଥା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ର ଆଉ ଗୋଟିଏ ସଂସ୍ଥା ଏନସିଟିଇ ମୁଣ୍ଡରେ ଦୋଷ ଲଦି ଖସିଯିବାକୁ ଚାହୁଁଛି । ଯେବେ ସେମାନେ ଏନସିଟିଲ ପାଖରେ ଅଭିଯୋଗ କରୁଛନ୍ତି ସେବେ ଉକ୍ତ ସଂସ୍ଥା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ମୁଣ୍ଡରେ ଦୋଷ ଲଦି ଖସିଯିବାକୁ ଚାହୁଁଛି । ଆଉ ସବୁଠୁ ଦୁଃଖ ର ବିଷୟ ଏମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପାଖରେ ଅଭିଯୋଗ କଲେ ଆରଟିଇ – ୨୦୦୯ ନିୟମ ଯୋଗୁଁ ଏନସି ଟ୍ୟାଗ୍ ଲାଗିଛି ବୋଲି କହି ମନ୍ତ୍ରଣାଳୟ ମଧ୍ୟ ନିଜ ମୁଣ୍ଡରୁ ଦୋଷ ଖସାଇଦେଉଛି ।

କିନ୍ତୁ ଆରଟିଇ – ୨୦୦୯ ନିୟମରେ ଏନସି ଟ୍ୟାଗ୍ ସମ୍ବନ୍ଧରେ କିଛି ବି ଉଲ୍ଲେଖ ନାହିଁ । ତେବେ ସାରା ଭାରତର ୧ ଲକ୍ଷ ୮୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସେମାନଙ୍କର କୌଣସି ଭୁଲ୍ ନ ଥାଇ ବିନା କାରଣରେ କାହିଁକି ୨ ବର୍ଷ ହେଲା ହଇରାଣ କରାଯାଉଛି ବୋଲି ଇଂ. ହୋତା ପ୍ରଶ୍ନ କରିଛନ୍ତି ? ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ପ୍ରସଙ୍ଗ କୁ ଗମ୍ଭୀରତାର ସହିତ ବିଚାର କରି ତୁରନ୍ତ ଏହି ପୀଡିତ ଶିକ୍ଷକମାନଙ୍କର ଏନସି ଟ୍ୟାଗ୍ ହଟାଇବାକୁ ଆଦେଶ ଦେବା ନିମନ୍ତେ ମୁଁ ବିନମ୍ରତା ର ସହିତ ନିବେଦନ କରୁଛି ବୋଲି ଇଂ. ହୋତା ପ୍ରକାଶ କରିଛନ୍ତି ।