କୃଷକ ସମାଜ ତରଫରୁ ତହସିଲଦାର ଙ୍କୁ ସ୍ମାରକ ପତ୍ର

0
171

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୯/୧୨) : ଭାରତୀୟ କ୍ଷେତ ମଜଦୂର କାଶୀନଗର ଶାଖା ତରଫରୁ ଓ କୃଷକ ସମାଜ ତରଫରୁ ଏକ ସ୍ମାରକ ପତ୍ର ତହସିଲଦାର ଙ୍କୁ ଦିଆଯାଇଥିବା ଜଣାଯାଇଛି ।

କୃଷକ ସମାଜ ତରଫରୁ ଭାରତୀୟ କ୍ଷେତ ମଜଦୂର କାଶୀନଗର ଶାଖା ର ସମ୍ପାଦକ କାର୍ତ୍ତିକ ଶବର ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପ୍ରଧାନ ମନ୍ତ୍ରୀ ଓ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଏହି ସ୍ମାରକ ପତ୍ର ତହସିଲଦାର ଙ୍କୁ ଦିଆଯାଇଛି । ସେମାନଙ୍କ ଦାବୀ ହେଲା ଗତ ଜେୱାଦ ବାତ୍ୟାରେ ଅନେକ ଧାନ ଜମି, ପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଥିବାରୁ ସରକାର ଧାନ କ୍ଷେତ କୁ ଏକର ପିଛା ୨୫ ହଜାର ଓ ପରିବା ଚାଷୀ ଓ ଭାଗ ଚାଷୀ ଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦାବୀ ଏହି ସ୍ମାରକ ପତ୍ର ରେ ଉଲ୍ଲେଖ ରହିଥିବା କାଶୀନଗର ଶାଖା ର ସମ୍ପାଦକ କାର୍ତ୍ତିକ କହିଛନ୍ତି ।