ଯେଉଁଠି ମୌଳିକ ସୁବିଧା ମିଳୁନି ସେଠି ମିଷ୍ଟ କୁଲିଂ ସେବା କାହା ପାଇଁ ?

0
253

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୯/୧୨) : ଗଜପତି ଜିଲ୍ଲାର ଏକ ମାତ୍ର ଏନ୍ ଏ ସି ଭାବେ କାଶୀନଗର ପରିଚିତ । ୧୦ ହଜାର ରୁ ଉର୍ଦ୍ଧ ଜନ ସଂଖ୍ୟାକୁ ନେଇ ଏହି ଏନ୍ ଏ ସି ଗଠିତ । ଏଠି ଯାତ୍ରୀ ମାନେ ଅପେକ୍ଷା କରିବା ଓ ବସିବା ପାଇଁ ଏକ ମାତ୍ର ରେଷ୍ଟ ସେଡ୍ ଅଛି । ମୁଖ୍ୟ ଜାଗା ବଡଷ୍ଟାଣ୍ଡ ରେ ଟେଷ୍ଟ ସେଡ ନାହିଁ । ଯେଉଁଠି ମୌଳିକ ସୁବିଧା ମିଳୁନି ସେଠି ମିଷ୍ଟ କୁଲିଂ ସେବା କାହା ପାଇଁ ?ed1ab494 9843 4b1c a257 7cd2085bb5bc ଯେଉଁଠି ମୌଳିକ ସୁବିଧା ମିଳୁନି ସେଠି ମିଷ୍ଟ କୁଲିଂ ସେବା କାହା ପାଇଁ ?

ଯାତ୍ରୀ ମାନେ ପରିସ୍ରା ଓ ଝାଡ଼ା ଯିବା ପାଇଁ ପାଇଖାନା ଟିଏ ନାହିଁ ଏଣୁ ଲୋକେ ମୌଳିକ ସୁବିଧା ପାଇ ପାରୁ ନ ଥିବା ଅଭିଯୋଗ ହୋଇ ଆସୁଅଛି । ଯେଉଁ ପୌର ସଂସ୍ଥା ନିଜର ଏକ କାର୍ଯ୍ୟାଳୟ କରିପାରି ନାହିଁ ସେ ପୁଣି କି ମୌଳିକ ସୁବିଧା ଯୋଗାଇ ଦେବ ବୋଲି ବୁଦ୍ଧିଜୀବୀ ମାନେ ଆଲୋଚନା କରୁଛନ୍ତି ଯେଉଁଠି ମୌଳିକ ସୁବିଧା ମିଳୁନି ସେଠି ମିଷ୍ଟ କୁଲିଂ ସେବା କାହା ପାଇଁ ? ବିଜୁ କଲ୍ୟାଣ ମଣ୍ଡପରେ ଅସ୍ଥାୟୀ ଭାବେ ଏବେ କାର୍ଯ୍ୟାଳୟ ଚାଲିଛି, ତାହାରି ପାଖରେ ଏକ ସୀମିତ ଜାଗାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ମିଷ୍ଟ୍ କୁଲିଙ୍ଗ ବ୍ୟବସ୍ଥା କରାଯାଇଛି ।

ଖୋଦ୍ ଜିଲ୍ଲାପାଳ ମଧ୍ୟ ଏହାର ତଦାରଖ କରି ଫେରିଛନ୍ତି । ପ୍ରକାଶ ଥାଉକି ପୌର କାର୍ଯ୍ୟାଳୟ ର ଟିକେ ଉପର କୁ ହାଇସ୍କୁଲ ଆଗରେ ଏକ ବନ୍ଧ ଚାରିପଟେ କାନ୍ଥ ବାନ୍ଧି ଚଲାପଥ ସୃଷ୍ଟି କରାଯାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା | ଏବେ ସେଠାରୁ ୱାକ୍ ଷ୍ଟନ କାଢି ଆଣି ବିଭାଗୀୟ ସ୍ତରରେ ଏହି ମୀଷ୍ଟ୍ କୁଳୀଙ୍ଗ ପାର୍କରେ ଲଗାଯାଇଛି । ଏହି ବ୍ୟବସ୍ଥା କେବଳ ଏନ୍ ଏ ସି ର ୫/୧୦ % ଲୋକ ପାଇବେ । ଏଣୁ ଏନ୍ ଏ ସି ପାଇଁ କେଉଁ କାର୍ଯ୍ୟଟି ପ୍ରାଥମିକ ଆବଶ୍ୟକ ତାହା କରାନଯାଇ ଅନାବଶ୍ୟକ ଜିନିଷ କରାଯାଉଥିବାରୁ ବୁଦ୍ଧିଜୀବୀ ମାନେ ଏହାର ଘୋର ନିନ୍ଦା କରିଛନ୍ତି।