ମୃତ ଜେନେରାଲ ବିପିନ ରାବତ ଙ୍କ ସୃତିରେ ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ନିରବ ପ୍ରାର୍ଥନା

0
397

cecdf4d8 a5bf 49e1 bd5c 4ba500a745f3 ମୃତ ଜେନେରାଲ ବିପିନ ରାବତ ଙ୍କ ସୃତିରେ ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ନିରବ ପ୍ରାର୍ଥନାରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୦୯/୧୨) : ହରଭଙ୍ଗା ବ୍ଲକ ପୁରୁଣା କଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ଆଜି ହେଲିକପ୍ଟର ଦୁର୍ଘଟଣାରେ ମୃତ ଜେନେରାଲ ବିପିନ ରାବତ ଙ୍କ ସୃତିରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମନୋଜ କୁମାର ପାଠୀଙ୍କ ଅଧ୍ୟକ୍ଷ୍ୟତା ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବୌଦ୍ଧ ଙ୍କ ଦ୍ୱାରା ଶୋକ ସଭା ପାଳିତ ହୋଇ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା |

ଉକ୍ତ କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ସମେତ ବୌଦ୍ଧ ଏବିଭିପି ର ବହୁ ସଦସ୍ୟ ଉପସ୍ଥିତ ରହିଥିଲେ | ଅଧ୍ୟକ୍ଷ ମନୋଜ ପାଠୀ ଦେଶର ପ୍ରଥମ ସିଡିଏସ ବିପିନ ରାବତ ଙ୍କ ମୃତ୍ୟୁ ର ସୃତି ଚlରଣ କରି ମୃତ ଜେନେରାଲ ବିପିନ ରାବତ ଙ୍କ ଦେଶ ପ୍ରେମ ଯୁବ ପିଢ଼ି ଙ୍କୁ ନିଶ୍ଚିତ ଭାବରେ ପ୍ରେରଣା ଯୋଗାଇବ ବୋଲି ନିଜର ଅଭିମତ ରଖିଥିଲେ | ବନ୍ଦେ ମାତରଂ, ଅମର ରହେ ନାରାବାଜି ରେ କାର୍ଯ୍ୟକ୍ରମ ଟିକୁ ଶେଷ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ସମସ୍ତ କର୍ମ କର୍ତ୍ତା ସହଯୋଗ କରିଥିଲେ |