ସମ୍ଭାବ୍ୟ ବାତ୍ୟା”ଜୱାଦ” ସ୍ଥିତି ପରଖିବା ପାଇଁ କାଶୀନଗରରେ ଅତିରିକ୍ତ ଜିଲ୍ଲାପାଳ

0
285

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୦୨/୧୨) : ପୁଣି ଏକ ବାତ୍ୟା କାଶୀନଗର ବ୍ଲକ୍ ଓ ପୌରାଞ୍ଚଳ ର ନଦୀ ପାଖିଆ ଅଞ୍ଚଳ ପାଇଁ ଭୟର ବାତାବରଣ ସୃଷ୍ଟି କରିଛି । ବଙ୍ଗୋପ ସାଗର ରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା”ଜୱାଦ” ପୁଣି ଗଜପତି ଜିଲ୍ଲା ବାସି ଙ୍କୁ ପୁଣି ଦୁଃଖ ଆଣିଦେଇଛି ।

ମୁଖ୍ୟତଃ ଚାଷୀ ମାନେ ଏହି ସମ୍ଭାବ୍ୟ ବାତ୍ୟା”ଜୱାଦ” ରେ ଅଧିକ ପ୍ରଭାବିତ ହେବେ । ଧିପ ଜମି ରେ ଧାନ ୬୦% ପାଚି ଥିବା ବେଳେ ତାକୁ ଚାଷୀ କାଟି ପାରିବ ନାହିଁ କି ବିଲରେ ଛାଡି ପାରିବ ନାହିଁ । ଖାଲ ଜମି ରେ ଧାନ ଫସଲ ବୁଡି ପଚୋକା ହେବ । ଗଜପତି ଜିଲ୍ଲାରେ ରେଡ ୱର୍ଣିଂ ଘୋଷଣା କରାଯାଇଛି । ବର୍ଷା ପ୍ରବଳ ହେବାର ଆଶଙ୍କା ଅଛି ।b8cb6400 1733 41e3 9ed5 da6fdcfc4751 ସମ୍ଭାବ୍ୟ ବାତ୍ୟା"ଜୱାଦ" ସ୍ଥିତି ପରଖିବା ପାଇଁ କାଶୀନଗରରେ ଅତିରିକ୍ତ ଜିଲ୍ଲାପାଳ

ଏଣୁ ତଳିଆ ଅଞ୍ଚଳ ର ପାଣି କିଭଳି ନିଷ୍କାସନ ହେବ ସେ ନେଇ ଚିନ୍ତା ବଢାଇ ଦେଇଛି । ୨୦୦ମିମି ବର୍ଷା ହେବାର ସମ୍ଭାବନା ରହିଛି । ଯାହାଫଳରେ ବଂଶଧାରା ନଦୀ ରେ ବନ୍ୟା ଆସିପାରେ । ଏଣୁ ଗଜପତି ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା, କାଶୀନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ୍.ଲକ୍ଷ୍ମୀ ପ୍ରସାଦ ସାହୁ, ଜଳସେଚନ ବିଭାଗ ର ସହକାରୀ ଯନ୍ତ୍ରୀ ଆଜି ସ୍ଥିତି ପରଖିବା ନିମନ୍ତେ ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି ଓ ପଞ୍ଚାୟତ, ସ୍କୁଲ ଓ ବାତ୍ୟା ଆଶ୍ରୟ ସ୍ଥଳ ଇତ୍ୟାଦି ଖୋଲା ରଖିବାକୁ ନିର୍ଦ୍ଧେଶ ଦେଇଛନ୍ତି ।

ଏ ଯାଏଁ କୃଷି ବିଭାଗ କିମ୍ବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଡ଼ାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରାଯାଇନାହିଁ । ସମସ୍ତ ବିଭାଗ କର୍ମଚାରୀ ଙ୍କ ଛୁଟି କୁ ବାତିଲ କରାଯାଇଛି । ଜିଲ୍ଲାପାଳ ନିଜେ ଭିଡିଓ ବାର୍ତ୍ତା ମାଧ୍ୟମ ରେ ଗତକାଲି ସୂଚନା ଦେଇଛନ୍ତି । କିନ୍ତୁ ପୌର କାର୍ଯ୍ୟାଳୟ ତରଫରୁ ମଧ୍ୟ ଡ଼ାକବାଜି ଯନ୍ତ୍ର ରେ ସୂଚନା ଦିଆଯାଇନାହିଁ । ସମ୍ଭାବ୍ୟ ବିପତି କୁ ଏଡ଼ାଇବା ପାଇଁ ଓଡରଫ ଟିମ୍ ପ୍ରସ୍ତୁତ ରହିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବର୍ତମାନ ପରିବା ଚାଷୀ ଫୁଲ କୋବି ଟ ମାଟ କଞ୍ଚା ଲଙ୍କା ଫସଲ ଉଜୁଡ଼ିଯିବ ବୋଲି ଚାଷୀ ମାନେ ଆଶଙ୍କା ପ୍ରକାଶ କରିଛନ୍ତି ।