ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଙ୍କ ଆନ୍ଧ୍ର ଓଡିଶା ସୀମାନ୍ତ ଅଞ୍ଚଳ ପରିଦର୍ଶନ

0
255

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, ତା.(୧୦/୧୨) : ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଆଜି ରାୟଗଡ ବ୍ଲକ ର ଆନ୍ଧ୍ର ଓଡିଶା ସୀମାନ୍ତ ଗ୍ରାମ ସାନ ଲୁକୁଟି ଓ ବଡ ଲୁକୁଟି ପରିଦର୍ଶନ କରିଛନ୍ତି ।

ସାନ ଲୁକୁଟି ନାଳରେ ଉପରେ ଆନ୍ଧ୍ର ସରକାରଙ୍କ ତରଫରୁ ନିର୍ମାଣଧିନ କଲଭର୍ଟର କାମ କୁ ରାୟଗଡ ଜିଲ୍ଲା ପ୍ରଶାସନ ର ଅଭିଯୋଗ କ୍ରମେ ବହୁତ ଦିନ ବନ୍ଦ ରହିଥିଲା । ଏହାକୁ ଆଜି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଅନୁଧ୍ୟାନ କରି ସଂପୃକ୍ତ ଜମି ମାଲିକଙ୍କୁ ଡାକି ଜମି ଦେବା ସମନ୍ଧରେ ଆଲୋଚନା କରିଥିଲେ । ତାଙ୍କ ଜମି କଳଭର୍ଟ କଲେ ଜମି ମାଲିକ ର କୌଣସି ଆପତ୍ତି ନାହିଁ ବୋଲି କହିବାରୁ ଏହାକୁ ନେଇ କାଗଜ ପତ୍ର କରିବାକୁ ତହସିଦଲଦାର ଙ୍କୁ ନିର୍ଦ୍ଦେଶ ଜିଲ୍ଲାପାଳ ଦେଇଥିଲେ । ଏହାପରେ ବଡ ଲୁକୁଟି ଗ୍ରାମରେ ଶିଶୁ ବିକାଶ ବିଭାଗ ତରଫରୁ ଆୟୋଜିତ ଗର୍ଭବତି ଓ ପ୍ରସ୍ତୁତି ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କେନ୍ଦ୍ରରେ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ରାୟଗଡ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭୀମସେନ ଶବର, ରାୟଗଡ ବ୍ଲକ ବିଡିଓ ଲକ୍ଷ୍ମୀ ନାରାୟଣ ସାବତ, ସହକାରୀ ଯନ୍ତ୍ରୀ, ତହସିଲଦାର ରାୟଗଡ, ଆଦି ଯୋଗ ଦେଇଥିଲେ । ଏହାପରେ ଅପରାହ୍ନରେ କୋଲନରା ତହସିଲ କାର୍ଯ୍ୟାଳୟ ର ପରିଦର୍ଶନ କରି ହିତାଧିକାରୀ ମାନଙ୍କୁ ଘରଡିହ ପଟ୍ଟା ପ୍ରଦାନ କରିଥିଲେ ।