SITD କମ୍ପୁଟର ସେଣ୍ଟର ରେ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ

0
267

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୧୩/୧୨) : ବୌଦ୍ଧ ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ଆଜି ହରଭଙ୍ଗା ବ୍ଲକ ପୁରୁଣାକଟକ SITD କମ୍ପୁଟର ସେଣ୍ଟର ରେ ବର୍ଷା ଜଳ ସଂରକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |4f530aee 11fa 49da ac64 04b7bbc23775 SITD କମ୍ପୁଟର ସେଣ୍ଟର ରେ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ

ଉକ୍ତ କାର୍ଯ୍ୟକ୍ରମ ରେ ବୌଦ୍ଧଓ କନ୍ଧମାଳ ଉଭୟ ଜିଲ୍ଲାର ନେହେରୁ ଯୁବକେନ୍ଦ୍ର ଅଧିକାରୀ ନଭଜିତ କୁମାରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଭୈରବୀ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପାଠୀ ଯୋଗଦେଇ ବର୍ଷା ଅପଚୟ ଜଳକୁ କିପରି ସଂରକ୍ଷିତ କରାଯାଇପାରିବ ଏହି ପ୍ରସଙ୍ଗ ଉପରେ ଛାତ୍ର ଛାତ୍ରୀଙ୍କୁ ଦିଗଦର୍ଶନ ଦେଇଥିଲେ | କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଉତ୍ତମ କୁମାର ମହାକୁଡ଼, ଏବଂ SITD କମ୍ପୁଟର ସେଣ୍ଟର ର ଏମ. ଡ଼ି ସତ୍ୟନାରାୟ ପ୍ରଧାନ, ସମ୍ମାନିତ ଅଥିତି ଭାବେ ଯୋଗଦେଇ ଥିଲେ |

ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ହୋଇ ପ୍ରତିଯୋଗିତାର କୃତି ପ୍ରତିଭା ବାନ ବାସନ୍ତୀ ବେହେରା, ଦୟାସାଗର ବେହେରା, ସଂଗୀତା ପଣ୍ଡା ଙ୍କୁ ମାନପତ୍ର ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମଟିକୁ ନେହେରୁ ଯୁବକେନ୍ଦ୍ର ସ୍ବେଛାସେବୀ ସୁଧୀର ଦୀପ ପରିଚାଳନା କରିଥିଲେ |