ସ୍କୁଲ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ନିରାକରଣ ପାଇଁ ଔଷଧ ବିତରଣ

0
205

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, ଗଜପତି, (୧୪/୧୨) : ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ଏନ୍ ଏ ସି ତଥା ବ୍ଲକ୍ ଅଞ୍ଚଳ ରେ ସ୍କୁଲ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ନିରାକରଣ ପାଇଁ ଔଷଧ ବିତରଣ କରାଯାଉଥିବା ମେଡିକାଲ୍ ଅଫିସର ପାର୍ଥ ସାରଥୀ ବେହେରା କହିଛନ୍ତି ।

ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ବ୍ଲକ୍ ଓ ଏନ୍ ଏ ସି ଅଞ୍ଚଳରେ ମୋବାଇଲ୍ ୟୁନିଟ ମାଧ୍ୟମ ରେ ପ୍ରତ୍ୟେକ ସ୍କୁଲ କୁ ଯାଇ ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ନିରାକରଣ ପାଇଁ ଔଷଧ ବିତରଣ କରାଯାଉଛି । ଆଜି ସ୍ଥାନୀୟ ମାଯାଲା ସାହି ବିଦ୍ୟାଳୟ ର ୭୪ ଜଣ ପିଲା ଙ୍କୁ ଡାକ୍ତର ବେଦ ବିକାଶ ଓ ଏ ଏମ୍ ଏମ୍ ଶ୍ରୀମତି ପଦ୍ମିନୀ ପାଢ଼ୀ ଓ ଫାର୍ମାସିଷ୍ଟ ଶ୍ରୀମତି ନିରୁପମା ସାଇ ଏହି ୟୁନିଟ ରେ ରହି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଚିକିତ୍ସା କରୁଥିବା ଜଣା ପଡିଛି ।