କୋଭିଡ ପରିଚାଳନା ଓ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା

0
159

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ, (୧୩/୧୨) : ଆଜି ଜିଲ୍ଲା କାର୍ଯ୍ୟ।ଳୟସ୍ଥ ଓସନ ହଲଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଜିଲ୍ଲା ର କୋଭିଡ ପରିଚାଳନା ଓ ଉନ୍ନୟନମୂଳକ କାର୍ଯ୍ୟ ର ସମୀକ୍ଷା କରିଛନ୍ତି ।WhatsApp Image 2021 12 14 at 9.51.22 AM 1 କୋଭିଡ ପରିଚାଳନା ଓ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା

କୋଭିଡ ପରିଚାଳନା ଓ ଉନ୍ନୟନମୂଳକ କାର୍ଯ୍ୟ ର ସମୀକ୍ଷା ବୈଠକରେ ଡିସେମ୍ବର ମାସ ସୁଦ୍ଧା ଜିଲ୍ଲା ର ଆଗ ଧାଡି ର କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଓ ଗର୍ଭବତୀ ମହିଳାମାନଙ୍କ ଯେପରି ଶତ ପ୍ରତିଶତ ଟୀକାକରଣ ହେବ ସେଥପ୍ରତି ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପରାମର୍ଶ ଦେବା ସହ ବରିଷ୍ଠ ନାଗରିକମାନଙ୍କ ଟୀକାକରଣ ନିମନ୍ତେ ପ୍ରାଧାନ୍ୟ ଦେବାକୁ କହିଛନ୍ତି ।

ଦେଶରେ କରୋନା ର ନୂଆଁ ଭାରିଆଣ୍ଟ ଓମିକ୍ରନ ର ସଂକ୍ରମଣ କୁ ଦୃଷ୍ଟିରେ ରଖି ମାଇକିଙ୍ଗ ଦ୍ୱାରା ଜନସାଧାରଣ ଙ୍କୁ ସଚେତନ କରିବା ସହିତ ମାସ୍କ ପରିଧାନ, ସାମାଜିକ ଦୂରତା ଓ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବାକୁ ସେ ବିଡିଓ ଏବଂ ନିର୍ବାହୀ ଅଧିକାରୀମାନ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ ନିୟମ ଅନୁପାଳନରେ ଖିଲାପ କଲେ ବ୍ୟବସାୟ ପ୍ରତିଷ୍ଠାନ କୁ ସିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପିକନିକ ଭୋଜି ଭାତ, ଡି ଜେ ସାଉଣ୍ଡ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ବିବାହ, ବ୍ରତ, ପର୍ବ ପର୍ବାଣୀ, ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ସଭା ସମିତିରେ କୋଭିଡ ନିୟମ ଅନୁପାଳନ ମଧ୍ୟରେ ସର୍ବାଧିକ ୧୦୦ ଜଣ ବ୍ୟକ୍ତି ସମାଗମ ହୋଇ ପାରିବେ । ଆବାସିକ ବିଦ୍ୟାଳୟ ଗୁଡିକରେ ପିଲାମାନଙ୍କ ଥର୍ମାଲ ଟେଷ୍ଟିଙ୍ଗ କରି ଲକ୍ଷଣ ଯୁକ୍ତ ମାନଙ୍କ ଟେଷ୍ଟିଙ୍ଗ କରି ଆବଶ୍ୟକ ସ୍ଥଳେ ବିହିତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ କହିଛନ୍ତି ।

ଜନବହୁଳ ଗ୍ରାମ ଗୁଡିକୁ ଯାଇ ଟୀକା ନେଇ ନ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଟୀକା ଦେବାର ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି । ବିଡିଓ ମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ସ୍ମାର୍ଟ କାର୍ଡ ବଣ୍ଟନ କୁ ଯଥା ଶୀଘ୍ର ଶେଷ କରି ସେମାନଙ୍କୁ ଉକ୍ତ କାର୍ଡ କୁ ଦାୟୀତ୍ଵ ର ସହ ନିଜ ପାଖରେ ରଖିବାକୁ ପରାମର୍ଶ ଦେବା ସହ ଏହାର କାର୍ଯ୍ୟକାରିତା ଓ ଆବଶ୍ୟକତାକୁ ହିତାଧିକାରୀରୀ ମାନଙ୍କୁ ସଠିକ ଭାବେ ବୁଝାଇ ଏହାର ସୁଯୋଗ ନେବା ପାଇଁ ହିତାଧିକାରୀ ମାନଙ୍କୁ ପରାମର୍ଶ ଦେବେ ।

୨ୟ ପର୍ଯ୍ୟାୟରେ ରୂପାନ୍ତରଣ ହେବାକୁ ଥିବା ବିଦ୍ୟାଳୟ ଗୁଡିକର ଭିତ୍ତି ଭୂମି ର ଉନ୍ନତି ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ବିଡିଓ ମାନଙ୍କୁ କହିଛନ୍ତି । ବିଦ୍ୟାଳୟ ଗୁଡିକ ର ସ୍ଥାୟୀ ଜମି ପଟ୍ଟା, ବିଦ୍ୟୁତ ଯୋଗାଣ, ପାନୀୟ ଜଳ, ବୃକ୍ଷ ରୋପଣ ଆଦିକୁ ବ୍ୟବସ୍ଥିତ କରିବା ସହିତ ମିସନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ କହିଛନ୍ତି ।

ଜିଲ୍ଲାରେ ହେଉଥିବା ଆଣ୍ଟିଜେନ ଏବଂ ଆରଟି ପିସିଆର ଟେଷ୍ଟ ଓ ଟୀକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତା ରାଣୀ ମିଶ୍ର ବୈଠକରେ ଅବଗତ କରାଇଥିଲେ । ସଂକ୍ରମଣ କୁ ରୋକିବା ପାଇଁ ସ୍ୱାସ୍ଥ୍ୟ ଅଧିକାରୀ ଓ କର୍ମୀମାନେ ଅଧିକରୁ ଅଧିକ ଆଣ୍ଟିଜେନ ଏବଂ ଆରଟି ପିସିଆର ଟେଷ୍ଟ କରାଇବା ସହିତ ଅଧିକ ଟୀକାକରଣର ବ୍ୟବସ୍ଥା କରିବାକୁ କହିଛନ୍ତି । ଏଥି ନିମନ୍ତେ ସ୍ୱାସ୍ଥ୍ୟ ଅଧିକାରୀମାନେ ପ୍ରତି ସପ୍ତାହରେ ବୈଠକ ଡାକି ଟେଷ୍ଟିଙ୍ଗ ଓ ଟୀକାକରଣ କୁ ଅଧିକ ବ୍ୟବସ୍ଥିତ ଓ ବ୍ୟାପକ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହି ଭିଡିଓ କନଫେରେନସିଙ୍ଗ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର , ଡି.ପି.ଏମ. , ଏନ.ଏଚ.ଏମ. ସୋନାଲୀ ପ୍ରିୟଦର୍ଶିନୀ, ସଦର ଉପଜିଲ୍ଲାପାଳ ଶ୍ରୀମତୀ ସ୍ନିଗ୍ଧା ରାଣୀ ଧଳ, ଆପତ କାଳୀନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧ।ଛାୟା ମହାପାତ୍ର, ଓସଡମା, ଡି.ପି.ଓ. ଶ୍ରୀ ନିମାଇଁ ଚରଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।