କାଶୀନଗର ଅଞ୍ଚଳରେ ବାତ୍ୟା ପ୍ରଭାବ ପକାଇ ନାହିଁ

0
197

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୦୫/୧୨) : କାଶୀନଗର ଅଞ୍ଚଳରେ ବାତ୍ୟା ପ୍ରଭାବ ପକାଇ ନାହିଁ । ପ୍ରଶାସନ ର ଘନ ଘନ ପ୍ରଚାର ଯେଭଳି କୌଣସି ଅଘଟଣ ନ ଘଟେ, ସେ ପାଇଁ ଜୋରଦାର ପ୍ରସ୍ତୁତି ସରିଥିଲା । ହେଲେ ଚାଷୀକୁଳ ଭାସିଗଲେ । ଗତକାଲି ରାତ୍ରି ରେ ମଧ୍ୟମ ଧରଣ ର ବର୍ଷା ହୋଇଥିଲା ।

ଯାହା ଫଳରେ ପାଚିଲା ଧାନ ନଷ୍ଟ ହେଲା । ଖାଲ ଜମି ପାଣି ଉବୁଟୁବୁ ହୋଇ ପୋଚକା ହୋଇଛି । ସରକାର ସାତ ଦିନ ମଧ୍ୟରେ କ୍ଷୟ କ୍ଷତି ର ରିପୋର୍ଟ ମାଗିଛନ୍ତି । ବର୍ତମାନ ରିପୋର୍ଟ ଲେଖିବା ସୁଦ୍ଧା ବର୍ଷା ହୋଇନାହିଁ କେବଳ ୩୫ ରୁ ୪୦ କିମି ବେଗ ରେ କୋହଳ ପବନ ବହୁଥିବା ଜଣା ପଡିଛି । ଜାୱାଦ ଓଡ଼ିଶା ରେ ଭୃପୃଷ୍ଟ କୁ ଆସିବ ନାହିଁ ବୋଲି ପାଣିପାଗ ବିଭାଗ ଓ ଏସ ଆର୍ ସି କହିଛନ୍ତି । ଏଣୁ କାଶୀନଗର ଅଞ୍ଚଳରେ ବାତ୍ୟା ର ଭୟ ଆଉ ନାହିଁ ।