ବିଶ୍ୱ ମାନବ ଅଧିକାର ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

0
158

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୧୬/୧୨) : ବିଶ୍ୱ ମାନବ ଅଧିକାର ଦିବସ ଅବସରରେ ଆନ୍ତର୍ଜାତିକ ମାନବାଧିକାର ପରିଷଦ ବଲାଙ୍ଗୀର ଜିଲ୍ଲା ବୋର୍ଡ୍ ଓ ଓଡିଶା ମୋ ପରିବାର ପକ୍ଷରୁ ବଲାଙ୍ଗୀର ବି.ବି.ଏମ.ସି.ଏଚ. ସ୍ଥିତ ରକ୍ତଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ।WhatsApp Image 2021 12 16 at 11.44.50 AM 1 ବିଶ୍ୱ ମାନବ ଅଧିକାର ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ବିଶ୍ୱ ମାନବ ଅଧିକାର ଦିବସ ଅବସରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ପୋଲିସ, ସି.ଆର.ପି.ଏଫ୍ ଜବାନ, ସାମ୍ବାଦିକଙ୍କ ସମେତ ସାଧାରଣ ଲୋକେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ବଲାଙ୍ଗୀର ଏସପି ନିତିନ କୁସଲକର୍ ଏବଂ ସି.ଆର.ପି.ଏଫ୍ ୧୮୯ ବାଟାଲିଆନ ର କମାଣ୍ଡାଣ୍ଟ ପୱନ କୁମାର ତିୱାରୀ ଅତିଥି ଭାବେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ପ୍ରମାଣପତ୍ର ଦେଇ ଉତ୍ସାହିତ କରିଥିଲେ । ଅପରାହ୍ନ ସୁଦ୍ଧା ୨୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।

ଓଡିଶା ମୋ ପରିବାର ବଲାଙ୍ଗୀର ଜିଲ୍ଲା ଶାଖା ର ସଭାପତି ସାଗର ସଙ୍ଗମ ଶତପଥୀ ଏଥିରେ ସହଯୋଗ କରିଥିଲେ । ସୁରକ୍ଷା ବାହିନୀ ଦେଶକୁ ଶତ୍ରୁ କବଳରୁ ରକ୍ଷା କରିବା ସହ ରକ୍ତ ଦେଇ ଦେଶବାସୀଙ୍କ ଜୀବନ ବଞ୍ଚାଉଥିବା ନେଇ ବଲାଙ୍ଗିର ୧୮୯ ବାଟାଲିଅନ୍ ସି.ଆର.ପି.ଏଫ୍ ବାହିନୀ ର କମାଣ୍ଡାଣ୍ଟ ପୱନ କୁମାର ତିୱାରୀ ପ୍ରକାଶ କରିଛନ୍ତି ।WhatsApp Image 2021 12 16 at 11.44.50 AM ବିଶ୍ୱ ମାନବ ଅଧିକାର ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ଅପରାହ୍ନ ସୁଦ୍ଧା ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ଆଇ.ଏଚ.ଆର.ସି. ବଲାଙ୍ଗୀର ଜିଲ୍ଲା ବୋର୍ଡ ସଭାପତି ବଳରାମ ମିଶ୍ର, ଉପସଭାପତି ସମରେନ୍ଦ୍ର କୁମାର ରଥ ଙ୍କ ସମେତ ସାମ୍ବାଦିକ ଓ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ଥିଲେ ।