ବୀରନରସିଂହପୁର ଠାରେ ପଞ୍ଚମ ଗଡଜାତ ଲୋକ ମହୋତ୍ସବ ଉଦଘାଟିତ

0
270

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୫/୧୨) : ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୀରନରସିଂହପୁର ଠାରେ ପଞ୍ଚମ ଗଡଜାତ ଲୋକ ମହୋତ୍ସବ ବିଶ୍ଵଜୀତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଅଛି ।

ବୀରନରସିଂହପୁର ଠାରେ ପଞ୍ଚମ ଗଡଜାତ ଲୋକ ମହୋତ୍ସବ ର ଉଦ୍ଘାଟନ ଅବସରରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଡଜାତ ସାଂସ୍କୃତିକ ପରମ୍ପରାକୁ ବଜାଇ ରଖିଥିବାରୁ ଗଡଜାତ ସାଂସ୍କୃତିକ ପରିଷଦ ର କାର୍ଯ୍ୟ କୁ ଭୂୟସୀ ପ୍ରଶଂସା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ଓ ବୀରନରସିଂହପୁର ଗ୍ରାମପଞ୍ଚାୟତ ର ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଫିଲ୍ମ ଇଣ୍ଡଷ୍ଟ୍ରି ର ଶ୍ରେଷ୍ଠ ନିର୍ଦେଶକ ଶ୍ରୀ ବନମାଳୀ ରଣା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବୌଦ୍ଧ ର ସଂସ୍କୃତି, ପରମ୍ପରା ପ୍ରାକୃତିକ ଶୋଭା ଓ ସବୁଜିମା ର ଅବଦାନ ସମ୍ପର୍କରେ ଆଲୋଚନା କରିବା ସହ ବାଲ୍ୟ ବିବାହ ଉପରେ ହୋଇଥିବା କର୍ମଶାଳା ପ୍ରସଙ୍ଗରେ ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷାକୁ ୧୭ ବର୍ଷ ପର୍ଯ୍ୟନ୍ତ କରାଗଲେ ବାଲ୍ୟ ବିବାହ କୁ ରୋକାଯାଇ ପାରିବ ବୋଲି ମତ ପ୍ରକାଶ କରିଥିଲେ ।

କୃତୀ କ୍ରୀଡାବିତ ଭାବେ ବୌଦ୍ଧ ଜିଲ୍ଲା ର ଶ୍ରୀକାନ୍ତ ବହିଦାର ଓ ସମ୍ବଲପୁର ଜିଲ୍ଲା ସ୍ଥିତ ଧମାର ସଙ୍ଗିତା ହାତୀଙ୍କୁ କୃତୀ କଳାକାର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଆୟୋଜିତ ବାଲ୍ୟବିବାହ ନିଷିଦ୍ଧ ସଚେତନତା କର୍ମଶାଳାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରୋଗ୍ରାମ ଅଫିସର ସୁଶାନ୍ତ କୁମାର ଭୋଇ, ପ୍ରଣୟନୀ ଲେଙ୍କା, ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଭାଗ ନେଇଥିବା ବାଳିକା ମାନଙ୍କୁ ପାଠ ପଢିବା, ସାମର୍ଥ୍ୟ ନ ହେବା ପର୍ଯ୍ୟନ୍ତ ବାହା ନ ହେବାକୁ ପ୍ରେରଣା ଦେଇଥିଲେ ।

ଇତ୍ୟବସରରେ “ ଗଡଜାତ ଏଣ୍ଟରଟେଣ୍ଟମେଣ୍ଟ ”ର ପ୍ରଥମ ଅବଦାନ ସ୍ୱରୂପ “ ଶୀତୁଆ ରାତି ” ଓ “ ଅଧା ଲେଖା ପ୍ରେମ ଗଳପ ” ଯାହାର ରଚୟିତା ବନମାଳୀ ରଣା, ସଙ୍ଗୀତ ନିର୍ଦ୍ଦେଶକ ବ୍ରହ୍ମା କୁମ୍ଭାର, ଗାୟୀକା ଇରା ମହାନ୍ତି ଓ ଟିସୋରୀ ପ୍ରଯୋୟକ ଦେବାଶିଷ ମହାକୁଡ ଙ୍କ ୟୁଟୁବ ଚାନେଲରେ ଶୁଭ ଉନ୍ମୋଚନ କରାଯାଇଥିଲା ।

ଏହି ସମସ୍ତ କାର୍ଯ୍ୟକ୍ରମ କୁ ଶିକ୍ଷକ ବିଜୟ କୁମାର ସାହୁ ବଙ୍କାପଡା ୟୁପି ସ୍କୁଲ ସଂଯୋଜନା କରିଥିଲା ବେଳେ ନୀଳାଚଳ ବିହାରୀ ମିଶ୍ର CRCC, ହରେକୃଷ୍ଣପୁର, ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥି କଳାକାର ସଂଗୀତା ହାତୀ ଏକ ସଙ୍ଗୀତ ପରିବେଷଣ କରିଥିଲେ ।