ହରଭଙ୍ଗାରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଳସ ଯାତ୍ରା

0
418

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୧୫/୧୧) : ହରଭଙ୍ଗାରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଆଜି ସକାଳୁ ହରାଭଙ୍ଗା ଗ୍ରାମବାସୀ ମହାନଦୀ କୂଳରେ ପୂଜା ଅର୍ଚନା କରି ଏକ ଶୋଭାଯାତ୍ରା ରେ କଳସଯାତ୍ରା ରେ ଆସି ପ୍ରଥମେ ଆଦେଶ୍ୱର ମହାଦେବ ମନ୍ଦିର ରେ ପୂଜା କରି ସେଠାରୁ ଏକ ବିରାଟ କଳସ ଶୋଭାଯାତ୍ରାରେ ନାମ ସଂକୀର୍ତ୍ତନ କରି ଗ୍ରାମ ପୂଜା ମଣ୍ଡପ ନିକଟକୁ ଆସି କଳସ ସ୍ଥାପନ କରି ପୂଜା ଅର୍ଚନା ଆରମ୍ଭ କରିଥିଲେ ।a64d76c3 89bd 455f 931b 6cceab89395a ହରଭଙ୍ଗାରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଳସ ଯାତ୍ରା

ହରଭଙ୍ଗାରେ କାର୍ତ୍ତିକ ପୂର୍ଣ୍ଣିମା କୁ ରାହାସ ପୁର୍ଣିମା ଯାତ୍ରା କୁହାଯାଏ । ଏହି ପୂଜା ୫ ଦିନ ଧରି ପୂଜା ଅନୁଷ୍ଠିତ ହେବ ବୋଲି ହରଭଙ୍ଗା ଗ୍ରାମ କମିଟି ପ୍ରକାଶ କରିଛନ୍ତି । କରୋନା କଟକଣା ର ସମସ୍ତ ନିୟମ ମାନି ଏହି ପୂଜା ଅନୁଷ୍ଠିତ ହେବ ବୋଲି ଗ୍ରାମ କମିଟି ପ୍ରକାଶ କରିଛନ୍ତି ।

ମଣ୍ଡପ ନିକଟରେ ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ, ପାରାୟଣ ଆଦି ଅନୁଷ୍ଠିତ ହେବ। ପୂଜକ ହରିହର ପୁରୋହିତ ଓ ଲାଲା ତ୍ରିପାଠୀ ପୂଜା ଅର୍ଚନା କରୁଛନ୍ତି । ଗ୍ରାମବାସୀ ସର୍ବଶୀ -ନାରାୟଣ ଦନାୟକ, ମଧୁ ପ୍ରଧାନ, ବାବୁଲା ବାଘ, ଅର୍ଜୁନ ପ୍ରଧାନ, ଆଈଦ ଦନାୟକ, ପଞ୍ଚୁ ସାହୁ, ଶିକାନ୍ତ ଦେହୁରୀ,ଶୁଦେ ଦନାୟକ ଙ୍କ ସମେତ ଗ୍ରାମବାସୀ ସହ ଯୋଗ ଦେଇଥିଲେ ।