ସିନ୍ଧେକେଲା ନୂତନ ଥାନାଧିକାରୀ ଭାବେ ଆଲୋକ ବେହେରା ଙ୍କ ଯୋଗଦାନ

0
209

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୧୬/୧୨) : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ନୂତନ ଥାନାଧିକାରୀ ଭାବେ ବୁଧବାର ଯୋଗ ଦେଇଛନ୍ତି ଆଲୋକ ବେହେରା । ସେ ସିନ୍ଧେକେଲା ପୋଷ୍ଟିଂ ହେବା ଆଗରୁ ବରଗଡ ଅମ୍ବାଭୋନା ଥାନାରେ କାର୍ଯ୍ୟରତ ଥିଲେ ।

ବରଗଡ ରୁ ବଲାଙ୍ଗୀର ହେଡ କ୍ୱାର୍ଟର ଓ ପରେ ବଲାଙ୍ଗୀର ହେଡ କ୍ୱାର୍ଟର ରୁ ସିନ୍ଧେକେଲା ନୂତନ ଥାନାଧିକାରୀ ଭାବେ ଯୋଗ ଦେଇଛନ୍ତି । ତେବେ ବିଗତ କିଛି ବର୍ଷ ର ଇତିହାସ ଦେଖିଲେ ସିନ୍ଧେକେଲା ଥାନା ଅଞ୍ଚଳରେ ଶିଶୁ ବଳି ଠାରୁ ଆରମ୍ଭ କରି ଗୁଣି ଗାରେଡି ସନ୍ଦେହ ରେ ଜଣେ ବୃଦ୍ଧ ଙ୍କୁ ଦିନ ଦହାଡେ ପରିଶ୍ରା ପିଆଇବା ସହ ବିଷ୍ଟା ଖୁଆଇବା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଥିଲା ।

ଏହି ଗୁଣି ଗାରେଡି ସନ୍ଦେହ ରେ ନିମୁର୍ଲା ଗ୍ରାମରେ ଗୋଟିଏ ପରିବାର ର ୧୩ ସଦସ୍ୟ ଙ୍କୁ ଗାଁ ରୁ ତଡି ଦିଆ ଯାଇଥିଲା । ପରେ ପୋଲିସ ପ୍ରଶାସନ ସେହି ପରିବାର କୁ ନିଜ ଗାଁକୁ ନେଇ ଥଇଥାନ ତ କଲା ଠିକ, ହେଲେ ଆଜି ପର୍ଯ୍ୟନ୍ତ ନିମୁର୍ଳା ଗ୍ରାମରେ ପୋଲିସ ଜଗି ରହିଛି । ଏପଟେ ମମିତା ମିଷ୍ଟ୍ରି ରେ ସିନ୍ଧେକେଲା ଥାନା ପୁରା ଓଡିଶା କାହିଁକି ଦେଶରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।

ଏହା ବାଦରେ ବଲାଙ୍ଗୀର, କଳାହାଣ୍ଡି ଓ ନୂଆଁପଡ଼ା ଜିଲ୍ଲା ର ସୀମାନ୍ତ ଅଞ୍ଚଳରେ ସିନ୍ଧେକେଲା ଥିବାରୁ ଏଠାରେ ସଟ୍ଟା, ନକଲି ଔଷଧ, କଫ ସିରଫ, ଗଞ୍ଜେଇ ଭଲି ଚୋରାଚାଲାଣ ବହୁ ଯୋରରେ ଚାଲୁଛି । ତେଣୁ ସିନ୍ଧେକେଲା ଥାନାଧିକାରୀ ଭାବେ ଯୋଗଦେଇ ଥିବା ଶ୍ରୀ ବେହେରା ଙ୍କ ପାଇଁ ଚାଲେଞ୍ଜ ସୃଷ୍ଟି କରିବ, ତେଣୁ ଦେଖିବାକୁ ବାକି ରହିଲା ବର୍ତ୍ତମାନ ଜଣେ ଯୁବ ଥାନାଧିକାରୀ ଙ୍କୁ ପାଇ ସିନ୍ଧେକେଲା ଅଞ୍ଚଳ ଏସବୁ ଅସୁବିଧା ର ଦୂରରେ ରହିବ କିମ୍ବା ସେହି ଚିରାଚରିତ ଢଙ୍ଗରେ ଚାଲିବ ତାହା ଦେଖିବାକୁ ବାକି ରହିଲା ।

କିନ୍ତୁ ସିନ୍ଧେକେଲା ଅଞ୍ଚଳରେ ଏବେ ଏକ ଯୁବ ଥାନାଧିକାରୀ ଙ୍କ ପୋଷ୍ଟିଂ ହୋଇ ଥିବାରୁ ସାଧାରଣ ଜନତାଙ୍କ ମୁହଁରେ ଗୋଟିଏ କଥା ବର୍ତ୍ତମାନ ଜଣେ ଯୁବ ଅଫିସର ଯୋଗ ଦେଇ ଥିବାରୁ ସଟ୍ଟା ଭଳି ଏକ କେନ୍ସର ରୋଗ ର ନିରାକରଣ କରିବେ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି ।