Friday, March 29, 2024

Top 5 This Week

Related Posts

ବିଶ୍ୱ ର କଲ୍ୟାଣ ନିମନ୍ତେ ବ୍ରହ୍ମଯଜ୍ଞ ଅନୁଷ୍ଠିତ : ଶହ ଶହ ସଂଖ୍ୟକ ସାଧୁ ସନ୍ଥ ଙ୍କ ସମାଗମ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୧୮/୧୨) : ବଲାଙ୍ଗୀର ଜିଲ୍ଲା ର ମୁରିଵାହାଲ ଅଲେଖ ଧର୍ମ ମଠରେ ବିଶ୍ୱ ର କଲ୍ୟାଣ ନିମନ୍ତେ ଵ୍ରହ୍ମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।

ଆଧ୍ୟାତ୍ମିକ ପରିବେଶ ରେ ସାମ୍ପ୍ରତିକ ସମୟରେ କମି କମି ଆସୁଥିବା ବେଳେ ଧର୍ମାନୁଷ୍ଠାନ ଓ ପୂଜା ବିଧି ଅନୁସାରେ ବିଶ୍ୱ ର କଲ୍ୟାଣ କାମନା କରି ଭକ୍ତ ଓ ଭକ୍ତି ଭାବ ନେଇ ସାଧାରଣ ସମାଜ ରେ ଶାନ୍ତି ଶୃଙ୍ଖଳିତ ଜୀବନ ଯାପନ କରିବା ନିତାନ୍ତ ଆବଶ୍ୟକ ହୋଇପଡ଼ିଛି । ଏହି ମଠ ପରିଚାଳକ କମିଟି ତରଫରୁ ମେଳା ଅନୁଷ୍ଠିତ ହେବା ସହ ଏପରି ଯଜ୍ଞ ମାନ ଅନୁଷ୍ଠିତ ହୋଇଆସୁଛି ।

ପ୍ରତିବର୍ଷ ଏପରି ଚଳିତ ବର୍ଷ ଅଖଣ୍ଡ ଵ୍ରହ୍ମ ଯଜ୍ଞ ର ଆୟୋଜନ କରାଯାଇଛି । ମୁରିଵାହାଲ ଗ୍ରାମଵାସୀ ଆଖପାଖ ଅଞ୍ଚଳ ର ଗ୍ରାମଵାସୀ ଵୃନ୍ଦ ଓ ପଶ୍ଚିମାଞ୍ଚଳ ର ସାଧୁସନ୍ଥ ଵହୁ ସଂଖ୍ୟାରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଵକଳ ଧାରି ଵାଵା ମାନେ ଭଗବାନ ଵାଵା, ଵ୍ରଜକିଶୋର ଵାଵା, କପିଳେନ୍ଦ୍ର ଵାଵା ,ଦିନଵନ୍ଧୁ ଵାଵା, କିଶୋର ଵାଵା, ଶୁଶିଳଵାଵା ଓ ଅଞ୍ଚଳ ର ଵହୁ ସାଧୁବାବା ଓ ଅଲେଖ ଭକ୍ତ ଉପସ୍ଥିତ ରହି ଵ୍ରହ୍ମ ଧୁନି ଜଗତ ର କଲ୍ୟାଣ ନିମନ୍ତେ ଘ୍ରୁତାହୁତି ପ୍ରଜ୍ଜଳନ କରିଥିଲେ ।

ସାଧୁ ଯୁଗେଶର ଦାସ ଵାଵାଙ୍କ ସୃତିଚାରଣ ପାଇଁ ମଧ୍ୟ ଵ୍ରହ୍ମ ଯଜ୍ଞରେ ଘ୍ରୁତାହୁତି କରିଥିଲେ । ଏହି ଵ୍ରହ୍ମ ଯଜ୍ଞ ରେ ଅନେକ ଦୂର ଦୁରନ୍ତ ରୁ ବହୁ ସଂଖ୍ୟକ ସାଧୁ, ସନ୍ୟାସୀ ଓ ଭକ୍ତ ଙ୍କ ବିପୁଳ ସମାଗମ ଘଟିଥିଲା ।

Popular Articles