ବଲାଙ୍ଗୀର ଜିଲ୍ଲା ରୁ ବେଆଇନ ଦାଦନ ଶ୍ରମିକ ଚାଲାଣ ଉପରେ ରୋକ ଲଗାଇବାକୁ ଦାବି

0
194

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର,ତା(୦୪/୧୨) : ବଲାଙ୍ଗୀର ଜିଲ୍ଲା ରୁ ଦାଦନ ଙ୍କ ସୁଅ ଛୁଟୁଥିବା ବେଳେ ଜିଲ୍ଲା ପ୍ରଶାସନ ଏହି ଦାଦନ ଶ୍ରମିକ ସମସ୍ୟା ଉପରେ ରୋକ ଲଗାଇବାରେ ବିଫଳ ହୋଇଛି ।WhatsApp Image 2021 12 04 at 11.10.18 AM ବଲାଙ୍ଗୀର ଜିଲ୍ଲା ରୁ ବେଆଇନ ଦାଦନ ଶ୍ରମିକ ଚାଲାଣ ଉପରେ ରୋକ ଲଗାଇବାକୁ ଦାବି

ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ରୁ ପାଟଣାଗଡ଼ ଉପଖଣ୍ଡ ଅଞ୍ଚଳ ର ବେଲପଡା ଥାନା ଅନ୍ତର୍ଗତ ଲଥାକେନ୍ଦ ଛକ ଠାରେ ଦୁଇ ଅଟୋ ରେ ଚାଲାଣ କରାଯାଉଥିବା ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ପ୍ରକାଶ ଯେ, ପାଟଣାଗଡ଼ ବ୍ଳକ ଘୁଚେପରା ଗାଁ ର ଦାଦନ ଶ୍ରମିକ ଭୋର୍ ସକାଳୁ ପାଟଣାଗଡ଼ ବ୍ଳକ ବଗଳାବନ୍ଦ ଗାଁ ର ଜଣେ ଦଲାଲ ଙ୍କ ଜରିଆରେ କଣ୍ଟାବାଞ୍ଜି ସହର ର ଅନ୍ୟ ଜଣେ ମୁଖ୍ୟ ଦଲାଲ୍ ଅଜୟ ପାଖକୁ ନେଇ ଯାଉଥିଲେ ।

ସେପଟେ ବେଲପଡା ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏମାନଙ୍କୁ ଦେଖିବାକୁ ପାଇଥିଲେ । ଓଡ଼ି-୦୩-ଆର-୦୪୫୭, ଓଡ଼ି-୦୩-ଆର-୧୮୧୯ ନମ୍ବର ଦୁଇ ଗୋଟି ଅଟୋ କୁ ଅଟକେଇ ଜେରା କରି ଥାନାକୁ ସମସ୍ତ ଙ୍କୁ ଆଣିଥିଲେ । ଉକ୍ତ ସମସ୍ତ ଶ୍ରମିକମାନଙ୍କୁ କିଛି ସମୟ ଅଟକ ରଖି ପୁଣି ଛାଡ଼ି ଦେଇଥିବା ଜଣାପଡିଛି । ଦଲାଲ ଙ୍କ ନାଁ ରେ ଥାନା ରେ ମାମଲା ରୁଜୁ କରିଛନ୍ତି କି ନାହିଁ, ସେ ନେଇ ପୋଲିସ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।

ସେହିପରି ନିୟମିତ ଦାଦନ ଶ୍ରମିକ ଚାଲାଣ ବେଶ ଜୋର ସୋର ରେ ଚାଲିଥିବା ବେଳେ ପ୍ରଶାସନିକ ଜ୍ଞାତ ସାରରେ ଏହି ବେଆଇନ ଦାଦନ ଶ୍ରମିକ ଚାଲାଣ କରାଯାଇ ଆସୁଥିବା ବେଳେ ଦଲାଲ୍ ମାନଙ୍କୁ ଗିରଫ ନ କରି ଘଟଣା ମାନ ଚପେଇ ଦେଉଥିବା ଅଭିଯୋଗ ହୋଇ ଆସୁଛି । ଏ ନେଇ ବେଲପଡା ଥାନା ଅଧିକାରୀ ବୁଲୁ ମୁଣ୍ଡା କିଛି ସୂଚନା ଦେଇନାହାନ୍ତି । ଜିଲ୍ଲା ପ୍ରଶାସନ ଏହି ବେଆଇନ ଦାଦନ ଶ୍ରମିକ ଚାଲାଣ କରୁଥିବା ଅଭିଯୁକ୍ତ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହେଉଛି ।