କାଶୀନଗର ପୌରାଞ୍ଚଳ କୁ ପ୍ଲାଷ୍ଟିକ ମୁକ୍ତ ପାଇଁ ଅଭିଯାନ ଅନୁଷ୍ଠିତ

0
200

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୧୨) : ଆଜି ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ପୌରାଞ୍ଚଳ କୁ ପ୍ଲାଷ୍ଟିକ ମୁକ୍ତ ରଖିବା ପାଇଁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଆଜି ସନ୍ଧ୍ୟା ସମୟ ୪ ଟା ବେଳେ ପୌରାଞ୍ଚଳ ରେ କାର୍ଯ୍ୟରତ ସ୍ୱଚ୍ଛ ସାଥୀ, ସ୍ୱଚ୍ଛ ସୂପେର୍ଭାଇଯାର, ସଫେଇ କର୍ମଚାରୀ ମାନେ ବିଭିନ୍ନ ପ୍ଲାକାର୍ଡ ଧରି କାଶୀନଗର ପୌରାଞ୍ଚଳ କୁ ପ୍ଲାଷ୍ଟିକ ମୁକ୍ତ ରଖିବା ପାଇଁ ଜନସାଧାରଣ ଙ୍କ ଦୃଷ୍ଟି କୁ ଆଣିଥିଲେ ଓ ବିଭିନ୍ନ ସ୍ଲୋଗାନ ମଧ୍ୟ ଦିଆଯାଇ ଥିଲା । ବଜାର କୁ ଗଲେ ସାଙ୍ଗରେ ଏକ ବ୍ୟାଗ୍ ଧରିବା ଅଭ୍ୟାସ କରି ନେଲେ ଆମେ ନିଶ୍ଚୟ ଏକ ଛୋଟ ଅଭ୍ୟାସ ରୁ ପ୍ଲାଷ୍ଟିକ ବ୍ୟବହାର କୁ ରୋକି ପାରିବା ବୋଲି ମତ ପ୍ରକାଶ ପାଇଛି । ବିଭିନ୍ନ ହୋଟେଲ କୁ ସେମାନେ ବୁଲି ବୁଲି ପ୍ଲାଷ୍ଟିକ ପଲିଥିନ୍ ବ୍ୟବହାର ନ କରିବାକୁ ଲୋକଙ୍କୁ ପ୍ରବର୍ତ୍ତାଇ ଥିଲେ ।