ଗୁଣି ଗାରେଡ଼ି କୁ ନେଇ ତୀବ୍ର ଉତ୍ତେଜନା : ପୋଲିସ ଗାଡି କୁ ଅଟକ ରଖିଲେ ଗ୍ରାମବାସୀ

0
216

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୧୯/୧୨) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଲୁଥୁରବନ୍ଦ ଗାଁରେ ଗୁଣି ଗାରେଡ଼ି ସନ୍ଦେହ କୁ ନେଇ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଛି ।

ଗାଁ ର ନାବାଳକ ନେତ୍ରାନନ୍ଦ ବାଗ (୧୫) ର ମୃତ୍ୟୁ କୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ପରିବାର ଲୋକଙ୍କ ଅଭିଯୋଗ ଯେ, ତନ୍ତ୍ର ମନ୍ତ୍ର, ଗୁଣି ଗାରେଡ଼ି ରେ ଯାଉଛି ଗୋଟାଏ ପରେ ଗୋଟାଏ ଜୀବନ । ଜଣେ ନାବାଳକଙ୍କ ଜୀବନ ଯାଇଥିବା ବେଳେ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ନାବାଳକ ର ମୃତ୍ୟୁର ଖବର ପାଇବା ପରେ ତଦନ୍ତ ପାଇଁ ଯାଇଥିବା ପୋଲିସ ଗାଡି ବି ସ୍ଥାନୀୟ ଲୋକେ ଅଟକ ରଖିଥିଲେ ।

ଲୋକେ ଗୁଣି ଗାରେଡି କରୁଥିବା ବ୍ୟକ୍ତି ଟଙ୍କ ବାଗଙ୍କୁ ଗିରଫ ପାଇଁ ଦାବୀ କରିଥିବା ବେଳେ ଆଇନ ଅନୁଯାୟୀ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେବା ପରେ ପୋଲିସ ଗାଡିକୁ ଛାଡିଥିଲେ ।