ଚିକିତ୍ସା ଅଭାବରୁ ଜଣଙ୍କ ମୃତ୍ୟୁ : ଜନସେବା ର ଆନ୍ଦୋଳନ ଚେତାବନୀ

0
210

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୧୯/୧୨) : ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ଼ ସବ ସବ୍ଡିଭିଜନାଲ ସରକାରୀ ଡାକ୍ତରଖାନାରେ ଡାକ୍ତର ଅଭାବ ସହ ବିଭିନ୍ନ ସମସ୍ୟା ବୃଦ୍ଧି ପାଇ ଚାଲିଥିବା ବେଳେ ବିଭାଗୀୟ ବିଶେଷଜ୍ଞ ଡାକ୍ତର ନ ଥିବା ରୁ ଜଣେ ମାନସିକ ରୋଗୀ ର ଚିକିତ୍ସା ଅଭାବରୁ ଶୋଚନୀୟ ମୃତ୍ୟୁ ଘଟିବା ନେଇ ଡାକ୍ତରଖାନାରେ ଶୋଚନୀୟ ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଛି ।WhatsApp Image 2021 12 20 at 8.18.28 AM ଚିକିତ୍ସା ଅଭାବରୁ ଜଣଙ୍କ ମୃତ୍ୟୁ : ଜନସେବା ର ଆନ୍ଦୋଳନ ଚେତାବନୀ

ବାରମ୍ବାର ଏହି ମୁଖ୍ୟ ସରକାରୀ ଚିକିତ୍ସାଳୟ ର ଅବ୍ୟବସ୍ଥା ଓ ପଦ ପଦବୀ ପୂରଣ ହେଉ ନ ଥିବାରୁ ଏଭଳି ଚିକିତ୍ସା ଅଭାବରୁ ଅକାଳ ମୃତ୍ୟୁ ବରଣ କରିବା ଭଳି ଘଟଣା ଘଟିଚାଲିଛି । ସେହିପରି ସରକାର ସ୍ୱାସ୍ଥ୍ୟ ବୀମା କାର୍ଡ ଆଳରେ ଲୋକଙ୍କୁ ଭୁଆଁ ବୁଲାଉଥିବା ଓ ଶସ୍ତା ରାଜନୀତି କରାଯାଉଛି ବୋଲି ଜିଲ୍ଲା ଜନସେବା ସଙ୍ଘ ଗୁରୁତର ଅଭିଯୋଗ କରିଛି ।

ସୂଚନା ଅନୁଯାୟୀ ଟିଟିଲାଗଡ଼ ଥାନା ଅନ୍ତର୍ଗତ କନ୍ଦାଖାଲ ଗ୍ରାମ ର ରବିଚନ୍ଦ୍ର ବାଗ ନାମକ ଜଣେ ୪୫ ବର୍ଷୀୟ ବ୍ୟକ୍ତି ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ସେ ଜଣେ ମାନସିକ ରୋଗ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇ ଆସୁଥିବା ବେଳେ ଗତ ଦୁଇ ମାସ ତଳେ ବଲାଙ୍ଗୀର ମେଡିକାଲ କଲେଜ ଡାକ୍ତରଖାନା ଯାଇ ଚିକିତ୍ସିତ ହେଉଥିଲେ । ହେଲେ ସେ ଅର୍ଥ ଅଭାଵ ରୁ ପ୍ରାୟ ଦେଢ଼ ମାସ ହେବ ତାଙ୍କ ମାନସିକ ରୋଗ ପାଇଁ ନିୟମିତ ଡାକ୍ତର ଙ୍କୁ ପରାମର୍ଶ କରି ଔଷଧ ସେବନ କରିବା ଜରୁରୀ ବୋଲି ଡାକ୍ତର କହିଥିଲେ ।

ହେଲେ ରୋଗୀ ଭର୍ତ୍ତି ଥିବା ଅବସ୍ଥାରେ ବଲାଙ୍ଗୀର କୁ ଆମ୍ବୁଲାନ୍ସ ରେ ନିଆଯାଉ ଥିବା ବେଳେ ସେ ଭର୍ତ୍ତି ନ ଥିବାରୁ ଉକ୍ତ ଆମ୍ବୁଲାନ୍ସ ସେବା ପାଇପାରି ନ ଥିଲେ ଓ ବସ ରେ ଟିକଟ ୧୦୦ ଟଙ୍କା ଲେଖାଏଁ ଦେଇ ଯିବାକୁ ଅସମର୍ଥ ଥିଲେ । ପରିବାର ର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଶଯ୍ୟାଶାୟୀ ହୋଇ ପଡ଼ିବା ଯୋଗୁଁ ସଠିକ ଚିକିତ୍ସା ରୁ ବଞ୍ଚିତ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସେ ହଠାତ ଆଜି ସକାଳେ ଗୁରୁତର ହୋଇପଡିବା ରୁ ଟିଟିଲାଗଡ଼ ସରକାରୀ ମୁଖ୍ୟ ଚିକିତ୍ସାଳୟରେ ପରିବାର ଲୋକେ ଆଣି ଭର୍ତ୍ତି କରିଥିବା ବେଳେ ତୁରନ୍ତ ଡାକ୍ତର ବଲାଙ୍ଗୀର ନ ନେଲେ ଜୀବନ କୁ ବିପଦ ଅଛି କହିଥିଲେ । ବଲାଙ୍ଗୀର ନେଇ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା । ଯଦି ଉକ୍ତ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଏହି ମୃତକ ଙ୍କ ଚିକିତ୍ସା କରିଥାନ୍ତେ ତେବେ ଚିକିତ୍ସା ଅଭାବରୁ ତାଙ୍କ ଜୀବନ ରକ୍ଷା ପାଇଯାଇଥାନ୍ତା ।

ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ନ ଥିବା ଓ ଅସ୍ତ୍ରୋପଚାର ଓ ଅସ୍ତିଶଲ୍ୟ,ମେଡିସିନ ପରି ଗୁରୁତର ଆବଶ୍ୟକ ପଦ, ପଦବୀ ଦାବି ସତ୍ୱେ ସରକାରି ଉଦାସୀନତା ଯୋଗୁଁ ଏଭଳି ଘଟଣା ଘଟିଆସୁଛି । ଏପରି କି ମହିଳା ଓ ସିସୁବିକାଶ ମନ୍ତ୍ରୀ ତଥା ସ୍ତାନୀୟ ବିଧ୍ୟାୟିକା ଥାଇ ଶିଶୁ ଙ୍କୁ ରଖିବା ଆଇ ସି ୟୁ ବ୍ୟବସ୍ତା ତଥା ପ୍ରସୂତି ମହିଳା ଙ୍କୁ ଅସ୍ତ୍ରୋପଚାର ବେଳେ ଏନେସ୍ତେସିଆ ଡାକ୍ତର ନ ଥିବା ନେଇ ଏହା ଅତ୍ୟନ୍ତ ଲଜ୍ୟା କର ଘଟଣା ବୋଲି ଜନସେବା ସଙ୍ଘ ନିନ୍ଦା କରିଛି ।

ମାତ୍ର ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ଃ ବଳରାମ ସାହୁ ପ୍ରତିଦିନ ଗୁରୁତର ପ୍ରସୂତି ମହିଳା ଙ୍କ ଅସ୍ତ୍ରୋପଚାର କରୁଥିବା ବେଳେ ସହଯୋଗୀ ଡାକ୍ତର ବି ନାହାନ୍ତି । ବଲାଙ୍ଗୀର ସ୍ଥାନାନ୍ତର କରିଦେଇ ଅବହେଳା କଲେ ପ୍ରସୂତି ମହିଳା ଙ୍କ ଜୀବନ ଚାଲିଯିବା ସାର ହେବ । ଏପରି କି ସ୍ୱାସ୍ଥ୍ୟ ବୀମା ଯୋଜନା କେବଳ ରାଜନୀତି ଓ ଏହା ଲୋକଙ୍କୁ ଭୁଆଁ ବୁଲାଯାଉଛି । ଏହି ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କ ପରିବାର ଉକ୍ତ ସ୍ୱାସ୍ଥ୍ୟ ବୀମା କାର୍ଡ ନେଇ ବିଭିନ୍ନ ମେଡିକାଲ ମାନଙ୍କୁ ଧାଇଁ ଧାଇଁ ତାଙ୍କ ସ୍ତ୍ରୀ କିଛି ସୁଫଳ ନ ପାଇଥିବା ପ୍ରକାଶ କରିଛନ୍ତି ।

ଜନସେବା ସଙ୍ଘ ସଭାପତି ଲମ୍ବୁଧର ଛତ୍ରୀଆ ପ୍ରକାଶ କରିଛନ୍ତି ଯେ, ପୂର୍ବରୁ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଡ ରେ ୩୦ ହଜାର ଟଙ୍କା ଲେଖାଏଁ କିଛି ଦିନ ପ୍ରଦାନ ମାତ୍ର କେତେକ ଲୋକ ଙ୍କୁ ସୁବିଧା ଯୋଗାଇ ଦେଇ ନିର୍ବାଚନ ପରେ ବନ୍ଦ କରିଦେଇଥିଲେ । ଏପରି କି ୩୦ ହଜାର ଟଙ୍କା ପାଇଁ ୩୦ ଟଙ୍କା ବୀମା ପାଇଁ ଦାଖଲ କରିବା ନିୟମ ଅଛି । ହେଲେ ସେଭଳି କୌଣସି ନିୟମ ପୂର୍ବରୁ ନ ଥିଲା, ଠିକ ସେହିପରି ୨୫ କେଜି ରୁ ୩୫ କେଜି ଚାଉଳ କାର୍ଡ ବନ୍ଦ କରି ସରକାରୀ ଅନଲାଇନ ବନ୍ଦ ଥିବା ଦର୍ଶାଇ ଦିଆଯାଉଛି ।

ଏପରି କି ଦୀର୍ଘ ବର୍ଷ ଧରି ପୂର୍ବରୁ ପ୍ରଦାନ କରାଯାଉଥିବା ବିପିଏଲ କାର୍ଡ ବନ୍ଦ ବର୍ଷାଧିକ କାଳ ବର୍ତ୍ତମାନ ସୁଦ୍ଧା ବନ୍ଦ କରିଦିଆଯାଇଛି । ଯଦ୍ୱାରା ବିପିଏଲ ତାଲିକା ଭୁକ୍ତ ନ ହୋଇଥିବା ଓ ପୁନଃ ବିପିଏଲ ଏ ପି ଏଲ ପଂଞ୍ଜିକରଣ ନ କରିବାରୁ ବିଧବା ଭତ୍ତା, ମୃତ୍ୟୁ ସହାୟତା ତତ୍ତ୍ୱ ପରି ସୁବିଧା, ସହଯୋଗ ରୁ ବଞ୍ଚିତ ରହୁଛନ୍ତି ।

ଏହି ଅନଗ୍ରସର ବଲାଙ୍ଗୀର ଜିଲ୍ଲାରେ ଏପରି ସରକାରୀ ଅବହେଳା ବରଦାସ୍ତ କରାଯିବ ନାହିଁ ଓ ଆଗାମୀ ଦିନରେ ତୀଵ୍ର ଆନ୍ଦୋଳନ କରିବା ଚେତାବନୀ ଦେବା ସହ ବିଭିନ୍ନ ଉଚ୍ଚ ପଦାଧିକାରୀ ଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରେରଣ କରିଥିବା ଜଣାଇଛନ୍ତି ।