ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବେଆଇନ ଭାବେ ଟ୍ରାକ୍ଟର ନିୟୋଜିତ ନେଇ ଉତ୍ତେଜନା

0
251

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, ତା(୧୯/୧୨) : ବଲାଙ୍ଗୀର ଜିଲ୍ଲା ର ମୁରିବାହାଲ ବ୍ଲକ ଅଧିନସ୍ଥ ଗୁରଜିଭଟା ଗ୍ରାମ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁଯାୟୀ ଚାଲିଥିବା ନିର୍ମାଣ କାର୍ଯ୍ୟ କୁ ସରକାରୀ ନିୟମ ର ଖିଲାପ କରି ଅନୀ ରତେଇ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ଟ୍ରାକ୍ଟର ଡ୍ରାଇଭର ଅଞ୍ଚଳରେ ବାଲି ଯୋଗାଇ ଆସୁଛନ୍ତି ।

ହେଲେ ଉକ୍ତ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବେଆଇନ ଭାବରେ ତାଙ୍କ ନିଜର ଟ୍ରାକ୍ଟର ଓ ଅନ୍ୟ କେତେକ ଟ୍ରାକ୍ଟର ଜରିଆରେ ସରକାରୀ ନିୟମ ମୁତାବକ ସରକାରୀ ଟେଣ୍ଡର ହୋଇଥିବା ସ୍ଥାନରୁ ବାଲି ଆଣିବା ବଦଳରେ ନିଜ ମନମୁଖୀ ଭାବେ ଅନ୍ୟ ନିକଟସ୍ଥ ଅଞ୍ଚଳ ରୁ ବାଲି ଅଣାଯାଉଛି । ଯଦ୍ୱାରା ସରକାର ଙ୍କ ରାଜସ୍ୱ କ୍ଷତିହେବା ସାର ହେଉଛି, ସରକାରୀ କାମରେ ନିୟୋଜିତ ଏପରି ବେଆଇନ କାର୍ଯ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ବିଶେଷ ଦ୍ରଷ୍ଟବ୍ୟ ଯେ ଉକ୍ତ ବ୍ୟକ୍ତି ଅନି ରତେଇ ଓ ତାଙ୍କ ନିଜେ ତାଙ୍କର ନମ୍ବର ବିହୀନ ଏକ ଚୋରା ଟ୍ରାକ୍ଟର ଚଲାଇ ଆସୁଥିବା ଜଣାଯାଇଛି । ଗାଡି ର ଡ୍ରାଇଭର ର ଲାଇସେନ୍ସ ମଧ୍ୟ ନ ଥିବା ଓ ଗାଡି ର ଜାଲ କିଛି କାଗଜ ପତ୍ର ରଖି ଦିର୍ଘ ବର୍ଷ ରୁ ଏହି ବେଆଇନ କାର୍ଯ୍ୟ ଚଳାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ସେହିପରି ଉକ୍ତ ଗାଡି କୁ ସେ ରାସ୍ତା ରେ ଅବରୋଧ କରି ରଖିଥିବା ଓ ତାକୁ ଗ୍ରାମବାସୀ ତାହା ଉଠେଇ ରାସ୍ତା ଛାଡ଼ିବା କୁ କହିବାରୁ ତାଙ୍କୁ ଗାଳି ଗୁଳଜ କରିବା ନେଇ ଉତ୍ତେଜନା ପ୍ରକାଶ ପାଇଛି । ଏ ନେଇ ତୁରନ୍ତ ପ୍ରଶାସନ ଉପଯୁକ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କୁ ଦାବି କରିଛନ୍ତି ।