ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକଙ୍କ ସ୍ୱାଗତ ସମ୍ବଦ୍ଧନା ସଭା

0
164

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୨୧/୧୨) : ହରଭଙ୍ଗା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଗତ କାଲି ନୂତନ ଭାବେ ଯୋଗଦେଇଥିବା ଏବଂ ଏହି ବିଦ୍ୟାଳୟରୁ ସ୍ଥାନସ୍ତରୀତ ହୋଇଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଉପଲକ୍ଷେ ଏକ ସ୍ୱାଗତ ତଥା ବିଦାୟକାଳୀନ ସମ୍ବଦ୍ଧନା ସଭା ପ୍ରଧାନ ଶିକ୍ଷକ ଶ୍ରୀ ମୁରଲୀଧର ରଣାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ନୋଡାଲ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ । କୋଭିଡ ଗାଇଡ଼ ଲାଇନ ପାଳନ ପୂର୍ବକ ଛାତ୍ର ଛାତ୍ରୀ ମାନେ ପୁଷ୍ପ ଗୁଚ୍ଛ ଦେଇ ନୂତନ ଶିକ୍ଷକ ମାନଙ୍କୁ ସ୍ୱାଗତ କରିଥିଲେ । ଛାତ୍ର ଶିକ୍ଷକ ମଧ୍ୟରେ ସୁସମ୍ପର୍କ ଗଢି ଉଠିଲେ ବିଦ୍ୟାଳୟ ଏକ ଆଦର୍ଶ ମନ୍ଦିରରେ ପରିଣତ ହେବ ବୋଲି ପ୍ରଧାନ ଶିକ୍ଷକ ପରାମର୍ଶ ଦେଇଥିଲେ ଶିକ୍ଷକ ସର୍ବଶ୍ରୀ ଜିତେନ୍ଦ୍ର ଦେହୁରୀ, ଚିତ୍ତ ଦେହୁରୀ, ଅଂଶୁମାନ ଦାସ, ବିକ୍ରମ ମାଝୀ, କୃଷ୍ଣଚନ୍ଦ୍ର ସିଂ, ସୁରେଶ ନାୟକ, ସଂଜିତ ସାହୁ, ଶିକ୍ଷୟତ୍ରୀ ମମତା ଦାସ, ଅନିତା ମହାରଣା, ମିଲା ସାହୁ, ଶ୍ରୀଯୁକ୍ତ ଭୂୟାଁ ସହଯୋଗ କରିଥିଲେ ।