ଘୋଷଣା ଗୋଟେ ବାଟରେ ବିଦ୍ୟୁତ୍ କଟ୍ ଆଉ ଗୋଟେ ବାଟରେ : ଟାଟା ପାୱାରର ବିଚିତ୍ର ନୀତି

0
167

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୧/୧୨) : ଗତ ଦୁଇ ଦିନ ହେଲା ପାରଳାଖେମୁଣ୍ଡି ଡିଭିଜନ ରେ ବିଦ୍ୟୁତ୍ କଟ୍ କରାଯିବ ବୋଲି ପୂର୍ବରୁ ଟାଟା ପାୱାର ତରଫରୁ ସମସ୍ତଙ୍କୁ ଜଣାଇ ଦିଆଯାଇଥିଲା । ହେଲେ ଘୋଷଣା ଗୋଟେ ବାଟରେ ବିଦ୍ୟୁତ୍ କଟ୍ ଆଉ ଗୋଟେ ବାଟରେ,ଏଣୁ ଉପୋଭକ୍ତା ମାନେ ନାହିଁ ନ ଥିବା ହଇରାଣ ହେଉଥିବା ଅଭିଯୋଗ ହେଉଛି ।

ପ୍ରକାଶ ଥାଉ କି, ଟାଟା ପାୱାର କମ୍ପାନୀ ପକ୍ଷରୁ ଦୁଇ ଦିନରେ ବାର୍ଷିକ ମରାମତି କରାଯିବା ପାଇଁ ସକାଳ ୮ ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ କିନ୍ତୁ କଂପାନୀ ୮ଟା ରୁ ୬.୩୦ ଗତ କାଲି ଓ ଆଜି ୬.୦୯ ମିନିଟରେ ବିଦ୍ୟୁତ୍ ଦେଇଛି । ଘୋଷଣା ଗୋଟେ ବାଟରେ ବିଦ୍ୟୁତ୍ କଟ୍ ଆଉ ଗୋଟେ ବାଟରେ । ଯେଉଁ ଅଧିକ ସମୟ ବିଦ୍ୟୁତ୍ କଟା ଯାଇଛି ସେ ସମ୍ପର୍କରେ କିଛି କୁହଜାଇ ନାହିଁ । ଏଣୁ କମ୍ପାନୀ ଉପଭୋକ୍ତା ଙ୍କୁ ସେତିକି ଟଙ୍କା କଟ୍ କରି ଦେବା ପାଇଁ ଓ. ଇ.ଆର୍.ସି ପାଖରେ ଚୁକ୍ତି କରି ଖିଲାପ କରିଛି । ଏଣୁ ଉପଭୋକ୍ତା ମାନେ କ୍ଷୋଭ ପ୍ରକାଶ କରିଛନ୍ତି ।