ସମାଜ ସେବୀ ମାତାଦୀନ ଅଗ୍ରୱାଲଙ୍କ ଦ୍ୱାରା ଅସହାୟ, ଭିନ୍ନକ୍ଷମଙ୍କୁ କମଳ ବଣ୍ଟନ

0
220

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୨୧/୧୨) : “ମାନବ ସେବା ହିଁ ମାଧବ ସେବା “ଏହି ଉକ୍ତି ଟି ଆଜି ପ୍ରମାଣ କରିଛନ୍ତି ଜଣେ ସମାଜ ସେବୀ | ବୌଦ୍ଧ ଜିଲ୍ଲାରେ ଏଵେ ଶୀତର ପ୍ରକୋପ ଏତେ ଯେ ହାଡ଼ ଭଙ୍ଗା ଶୀତ |

ଏହାକୁ ଆଖିଆଗରେ ରଖି ସମାଜ ସେବୀ ମାତାଦିନ ଅଗ୍ରୱାଲ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ ଅନ୍ତର୍ଗତ ସାକୁସିଙ୍ଗା, ଚନ୍ଦ୍ରଶେଖର ପୁର, ବେଲପଦର, ଖରସଙ୍କୁଲୋଇ, ପଲାସାକୁଟୁଣୀ, ଜବଲପୁର, ୬ ଗୋଟି ଗ୍ରାମ ର ଅସହାୟ, ଭିନ୍ନକ୍ଷମ, ବୃଦ୍ଧ ବୃଦ୍ଧା ୬୫ ଜଣଙ୍କୁ ୬୫ ଟି ଉନ୍ନତ ମାନର କମଳ ବଣ୍ଟନ କରାଇଛନ୍ତି | ଉଦ୍ୟୋକ୍ତା ଶ୍ରୀ ମାତାଦିନ ଲାଲ, ଧର୍ମ ପତ୍ନୀ ଗୋଦାବରୀ ଅଗ୍ରୱାଲ, ସୁପୁତ୍ର ଅଶୋକ କୁମାର ଅଗ୍ରୱାଲଙ୍କ ଅନୁପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମ ଟିକୁ ବିଶିଷ୍ଟ ବ୍ୟବସାୟୀପୁରୁଣା କଟକ ରାଧେଶ୍ୟାମ ଅଗ୍ରୱାଲ, ସମାଜସେବୀ ଗିରିଜା ଶଙ୍କର ପଟ୍ଟନାୟକ, ଏହି କାର୍ଯ୍ୟକ୍ରମର ସଭାପତି ତଥା ରାଜନେତା ସନ୍ତୋଷ ପ୍ରଧାନ, ସମ୍ମାନିତ ଅତିଥି ଗଙ୍ଗାଧର ସାହୁ ଉପସ୍ଥିତ ରହି ଏହି କାଯ୍ୟକ୍ରମଟିକୁ ସଫଳତା ସହ ସମାପନ କରିଥିଲେ |