ଜଣେ ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ

0
307

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୨୨/୧୨) : ରାୟଗଡା ଥାନା ଅନ୍ତର୍ଗତ ନାଥମା ଗ୍ରାମ ର ଜଣେ ନାବାଳିକା ସହ ଦୁଷ୍କର୍ମ ହୋଇଥିବା ସନ୍ଦେହ କରାଯାଉଛି ।

rgd1 ଜଣେ ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ

କେହି ୧୩ ବର୍ଷ ବୟସ ର ଜଣେ ନାବାଳିକା ସହ ଦୁଷ୍କର୍ମ କରିଥିବା ଡାକ୍ତର ସନ୍ଦେହ କରୁଛନ୍ତି । ଡାକ୍ତରଙ୍କ ସନ୍ଦେହ ଉପୁଜିବା ପରେ ପୁଲିସକୁ ସୂଚନା ଦେଇଛନ୍ତି । ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ନାବାଳିକା ଜଣକ ଘର ରାୟଗଡା ଥାନା ଅନ୍ତର୍ଗତ ନାଥମା ଗ୍ରାମରେ ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗତ ଏକ ସପ୍ତାହ ପୂର୍ବରୁ ଦିବ୍ୟାଙ୍ଗ ନାବାଳିକା ଜଣକ ଘରେ ଥିଲେ । ତାଙ୍କର ମା ନ ଥିବା ବେଳେ ବାପା କାଠ ପାଇଁ ଜଙ୍ଗଲକୁ ଯାଇଥିଲେ । ବାପା ଘରକୁ ଫେରିବା ବେଳେ ନାବାଳିକା ଶରୀରରେ କପଡା ନଥିଲା । ତେବେ ବାପା ଘଟଣାକୁ ଗୁରୁତର ସହିତ ନେଇନଥିଲେ । କିନ୍ତୁ ଗତକାଲି ନାବାଳିକାଙ୍କ ଅଧିକ ଅସୁସ୍ଥ ହେବା ପରେ ବାପା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣି ଭର୍ତ୍ତି କରିଥିଲେ ।rgd2 ଜଣେ ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ

ଚିକିତ୍ସାଳୟରେ ଭର୍ତ୍ତି ପରେ ଡାକ୍ତର ଯାଞ୍ଚ ପରେ ଯୌନାଙ୍ଗରେ କ୍ଷତ ଥିବା ଜଣାପଡିଛି । ଏହାପରେ ପୁଲିସକୁ ସୂଚନା ଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ । ଆଜି ପୁଲିସ ପହଞ୍ଚି ଘଟଣାର ଅନୁସନ୍ଧାନ କରିଛନ୍ତି । ତେବେ ଘଟଣା ସମ୍ପର୍କରେ ସ୍ପଷ୍ଟ ଜଣାପଡିନାହିଁ । ନାବାଳିକାଙ୍କ ବାପା ମଧ୍ୟ କିଛି ତଥ୍ୟ ପ୍ରଦାନ କରିପାରୁନାହାନ୍ତି । ଯଦ୍ବାରା ଘଟଣା ରହସ୍ୟମୟ ହୋଇ ରହିଛି ।