କାଶୀନଗର ବ୍ଲକର ଶେଷ ସମିତି ବୈଠକ ଅନୁଷ୍ଠିତ

0
193

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୨/୧୨) : ଗଜପତି ଜିଲ୍ଲା କାଶୀନଗର ବ୍ଲକର ଆଜି ଶେଷ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ବ୍ଲକ ଅଧ୍ୟକ୍ଷ ଏସ. ସୀମାଦ୍ରି ଏହି ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ, ବିଡ଼ିଓ ଶ୍ରୀ ଡ଼ା. ଲକ୍ଷ୍ମୀ ପ୍ରସାଦ ସାହୁ ସଭାପତି ଭାବେ ଯୋଗ ଦେଇଥିଲେ ।dr କାଶୀନଗର ବ୍ଲକର ଶେଷ ସମିତି ବୈଠକ ଅନୁଷ୍ଠିତ

କାଶୀନଗର ବ୍ଲକର ଶେଷ ସମିତି ବୈଠକ ରେ ବିଭିନ୍ନ ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ, ସରପଞ୍ଚ ଙ୍କ ସହ ବିଭିନ୍ନ ଲାଇନ୍ ବିଭାଗ ର କର୍ମଚାରୀ ମଧ୍ୟ ଯୋଗ ଦେଇଥିଲେ । ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ । ସମିତି ଅଧ୍ୟକ୍ଷ ସିମାଦ୍ରି ଆମେ ସମସ୍ତେ ଏକ ପରିବାର ଭାବେ ଦୀର୍ଘ ୫ ବର୍ଷ ଗୋଟିଏ ପାଖରେ ରହିଲେ, ବିରୋଧୀ ଓ ଶାସକ ଦଳ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ । ବିଭିନ୍ନ ପଞ୍ଚାୟତରେ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ଗୁଡ଼ିକ ଠିକ୍ ଭାବେ ଚାଲୁ ନ ଥିବା ଅଭିଯୋଗ ହୋଇଥିଲା । ସୀତାପୁର ସମିତି ସଭ୍ୟ ଆଲୋଚନାରେ ଭାଗ ନେଇଥିଲେ ।

ବିଡ଼ିଓ ଶ୍ରୀ ସାହୁ ପର୍ତାଡା ପଞ୍ଚାୟତର ଆଦିବାସୀ ମାନେ କରନା ଟୀକା ନେଇ ନ ଥିବାରୁ ସମସ୍ତ ଲୋକ ପ୍ରତିନିଧି ଓ ଗଣମାଧ୍ୟମର ସାହାଯ୍ୟ ବିନା ଏହି କାର୍ଯ୍ୟ ହୋଇପାରିବ ନାହିଁ ବୋଲି କହି ସମସ୍ତଙ୍କୁ ସାହାଯ୍ୟ ମାଗିଥିଲେ । ଆଜିର ଏହି ଶେଷ ବୈଠକରେ ସମସ୍ତେ ଯୋଗ ଦେଇ ଶାନ୍ତି ଶୃଙ୍ଖଳାରେ ବୈଠକ ଶେଷ ହୋଇଥିବାରୁ ଧନ୍ୟବାଦ୍ ଦେଇଥିଲେ । ଆଗାମୀ ଦିନରେ ମଧ୍ୟ ଆପଣ ମାନଙ୍କ ସାହାଯ୍ୟ ଦରକାର ବୋଲି କହିଥିଲେ । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଯାହା କାମ ବାକି ଅଛି ତାହା ଶେଷ କରିବାକୁ ଏକ ପ୍ରସ୍ତାବ ଶ୍ରୀ ଚିଟି ବାବୁ ଦେଇଥିଲେ । ବିଡ଼ିଓ ସମସ୍ତଙ୍କୁ ଧନ୍ୟବାଦ୍ ଦେବା ପରେ ସଭା କାର୍ଯ୍ୟ ସରିଥିଲା ।