ରାଜ୍ୟ ରାଣୀ ଏକ୍ସପ୍ରେସ କାଶୀନଗର ଠାରେ ଅଟକିବା ପାଇଁ ସାଂସଦ ଙ୍କ ଦାବୀ

0
283

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୨/୧୨) : ଗତ ଦୁଇ ବର୍ଷ ହେଲା ଗୁଣୁପୁର-ରାଉରକେଲା ରାଜ୍ୟ ରାଣୀ ଏକ୍ସପ୍ରେସ ପ୍ରତ୍ୟେକ ଦିନ ଯିବା ଆସିବା କରୁଥିଲେ ମଧ୍ୟ କାଶୀନଗର ଷ୍ଟେସନ ରେ ଏହି ଟ୍ରେନ ଅଟକୁ ନ ଥିଲା । ଯାହା ଫଳରେ ଲୋକେ ନାନା ଅସୁବିଧା ଏ ଯାଏଁ ଭୋଗୁଛନ୍ତି ।

କାଶୀନଗର ଗଜପତି ପାଠାଗାର, ବଂଶଧାରା ପାଠାଗାର, ବିଭିନ୍ନ ସଙ୍ଗଠନ ଓ ବୁଦ୍ଧିଜୀବୀ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଙ୍କୁ ନିଜ ଗୁହାରି ଜଣାଇଥିଲେ । କାଶୀନଗର ଗୋଟେ ଏନ୍ ଏ ସି ଓ ବ୍ଲକ୍ ର ମହକୁମା ଏତଦ୍ ବ୍ୟତୀତ ନିକଟ ରେ ଥିବା ଆନ୍ଧ୍ର ର ବହୁ ଗ୍ରାମ ଏହି କାଶୀନଗର ସହର ଉପରେ ନିର୍ଭର କରନ୍ତି । ଏଣୁ ସାଂସଦ ସାହୁ ଦାବୀ ର ଗୁରୁତ୍ଵ ବୁଝି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଟବ ଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ଦେଇଥିଲେ ଓ କାଶୀନଗର ଠାରେ ରାଜ୍ୟ ରାଣୀ ଏକ୍ସପ୍ରେସ ଅଟକାଇବା ପାଇଁ ଦାବୀ ଉପସ୍ଥାପନ କରିଥିଲେ ।

ଏହି ରେଳପଥ କୁ ଦୀର୍ଘ ୧୦୦ ବର୍ଷ ର ଇତିହାସ ଥିବା ଶ୍ରୀ ସାହୁ ବୈଷ୍ଟବ୍ ଙ୍କୁ ଅବଗତ କରାଇଥିଲେ । ଏଣୁ ଯଥାଶୀଘ୍ର ଏହି ଦାବୀ ପୂରଣ ହେବ ବୋଲି ଆଶା କରାଯାଉଛି ।