ଢେପାଗୁଡ଼ା ମିନିପୋଲ ଉଦଘାଟନ କଲେ ବିଜୁ ଉପଦେଷ୍ଟା ସୁଧୀର ଦାସ

0
378

ରିପୋର୍ଟ : ଅକ୍ଷୟ କୁମାର ପିଡିଶିକା //
କଲ୍ୟାଣସିଂହପୁର, ତା-(୨୨/୧୨) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ର ବୁଡ଼ାଗୁଡା ପଞ୍ଚାୟତ ର ଢେପାଗୁଡ଼ା ଗାଁ ନିକଟରେ ମିନିପୋଲ ନିର୍ମାଣ ନିମନ୍ତେ ଆଜି ଶୁଭ ଉଦଘାଟନ ହୋଇଛି । ଏଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବର୍ଡର ଉପଦେଷ୍ଟା ସୁଧୀର କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିନି ପୋଲ ନିର୍ମାଣ ପାଇଁ ଶୁଭ ପକାଇଥିଲେ ।58f07ec2 58be 4651 a320 20857d341e44 ଢେପାଗୁଡ଼ା ମିନିପୋଲ ଉଦଘାଟନ କଲେ ବିଜୁ ଉପଦେଷ୍ଟା ସୁଧୀର ଦାସ

ଏହି ଢେପାଗୁଡ଼ା ପୋଲ ନିର୍ମାଣ ପାଇଁ ବିଧାୟକ ପାଣ୍ଠି ଓ ଜିଲା ଖଣିଜ ପାଣ୍ଠିରୁ ୧୪ ଲକ୍ଷ ଟଙ୍କା ବ୍ୟୟରେ କରାଯିବ । ଏହି ଯଦି ପୋଲ ନିର୍ମାଣ ରେ ଆହୁରି ଅର୍ଥ ଆବଶ୍ୟକ ପଡେ ତାହା ହେଲେ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ସେହିପରି ଧାମୁଣିପଙ୍ଗା ପଞ୍ଚାୟତର ଗୁଗୁରୁମାଣ୍ଡି ଗାଁ ରେ ଆଡ଼ିବନ୍ଧ ପାଇଁ ଶୁଭ ପକାଇଥିଲେ । ଏହା ୧୦ ଲକ୍ଷ୍ୟ ଟଙ୍କା ବ୍ୟୟ ରେ ନିର୍ମାଣ କରାଯିବ ବୋଲି କହିଛନ୍ତି ।

ଏହି ଦୁଇ ଗ୍ରାମବାସୀ ବହୁ ଦିନଧରି ଦାବି କରି ଆସୁଥିଲେ । ବର୍ତ୍ତମାନ ତାହା ଶୁଭ ପକାଯାଇଥିବାରୁ ଗ୍ରାମବାସୀ ଖୁସି ପ୍ରକାଶ କରି ଥିଲେ । ଢେପାଗୁଡ଼ା ମିନି ପୋଲ ପାଇଁ ସାଂସଦ ସପ୍ତଗିରି ଶଙ୍କର ଉଲାକା ପାଣ୍ଠିରୁ ୫ ଲକ୍ଷ ଟଙ୍କା ଦେଇଥିବା ଜଣାପଡିଛି । ଏଥିରେ ବିଜେଡି ଦଳର ବ୍ଲକ ସଭାପତି ସୁନ୍ଦରରାଓ ବାଗ, ସାଂସଦ ପ୍ରତିନିଧି ଗେଦାଲି ଶ୍ରୀନୁ, ବିଧାୟକ ପ୍ରତିନିଧି ବୃନ୍ଦାବନ ପାଢ଼ୀ, ରମାକାନ୍ତ ପରିଛା, ଏମ ଧର୍ମେନ୍ଦ୍ର ସମେତ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ଥିଲେ ।