ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ପଞ୍ଚାୟତରେ ତାଲା ପକାଇଲେ ବିଜେପି କର୍ମୀ

0
345

ରିପୋର୍ଟ : ଅକ୍ଷୟ କୁମାର ପିଡିସିକା //
କଲ୍ୟାଣସିଂହପୁର, (୨୪/୧୨) : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ଅନ୍ତର୍ଗତ ଶିକର ପାଇ ପଞ୍ଚାୟତରେ ବିଭିନ୍ନ ସମସ୍ୟା ନେଇ ପାତର ଅନ୍ତର କରି ଅଣଦେଖା କରିବାରୁ ଆଜି ଭାରତୀୟ ଜନତା ପାର୍ଟି ସିକରପାଇ ମଣ୍ଡଳ ତରଫରୁ ପଞ୍ଚାୟତ ଅଫିସରେ ତାଲା ଠୁଙ୍କି ଧାରଣାରେ ବସିଲେ ଅନେକ ବିଜେପି କର୍ମୀ ।

ଆଜକୁ ପ୍ରାୟ ଦୀର୍ଘ ଏକ ବର୍ଷ ହେବ ରାୟଗଡ ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ଅନ୍ତର୍ଗତ ସିକରପାଇ ପଞ୍ଚାୟତ ର ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ବିଜେପି ପାର୍ଟି ତରଫରୁ ଏକ ଲିଖିତ ଅଭିଯୋଗ ଦାବୀ ପତ୍ର ମାଧ୍ୟମରେ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ କୁ ଦିଆଯାଇଥିଲା । ଏ ନେଇ ସରପଞ୍ଚ ମହୋଦୟା ଅମ୍ବିକା ସାରକାଙ୍କୁ ବହୁବାର ସମସ୍ୟାର ସମାଧାନ କରିବାକୁ କୁହାଯାଇଥିଲା କିନ୍ତୁ କର୍ଣ୍ଣପାତ ନ କରି କଥାକୁ ଖାମ ଖିଆଲି ଭାବରେ ନେଇ ଅବହେଳା କରାଯିବାରୁ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହେଲୁ ବୋଲି ମଣ୍ଡଳ ସଭାପତି ମନୋଜ କୁମାର ସେଠୀ କହିଛନ୍ତି ।88bd982b 8423 4b26 99a1 f87671d8a200 ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ପଞ୍ଚାୟତରେ ତାଲା ପକାଇଲେ ବିଜେପି କର୍ମୀ

ମଣ୍ଡଳ ଉପସଭାପତି ଦାଶରୀ କାଡ୍ରାକା କହିଛନ୍ତି କି ଆମ ୫ ଖଣ୍ଡ ଗାଁ କୁ ବିଜେପି ଗ୍ରାମ କହିକି ସବୁ କ୍ଷେତ୍ରରେ ପାତର ଅନ୍ତର କରିବାକୁ ଚେଷ୍ଟା କରୁଥିବାରୁ ଏଭଳି ପଦକ୍ଷେପ ନେବାକୁ ବାଦ୍ୟ ହେଳୁ । ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରମିଳା ନାୟକ କହିଛନ୍ତି ଲଷ୍ମୀ ନଗର ଗ୍ରାମାରେ ଷ୍ଟ୍ରିଟ ଲାଇଟ ନଥିବାରୁ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେହିଭଳି ଆବାସ ଯୋଜନାରେ ଘୋଟଲା, ଗୁହାଳ, ପୋଖରୀ ଖନନ ରେ ଅନିୟମିତତା ହେଇଚି ତେଣୁ ଏ ସବୁର ସମାଧାନ କରିବା ପାଇଁ ବାରମ୍ବାର ଲିଖିତ ଆକାରରେ ଦେବାସୁଧା ସରପଞ୍ଚ କର୍ଣପାତ ନ କରିବାରୁ ଦିନ ଏଗାରଟା ସମୟରେ ତାଲା ଠୁଙ୍କି ନାରବାଜି କରିଥିଲେ ।8ef93e2f 17e4 47d3 9ebd cc98904ca625 ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ପଞ୍ଚାୟତରେ ତାଲା ପକାଇଲେ ବିଜେପି କର୍ମୀ

ଏନେଇ ଜି ପି ଓ ମାନସ ରଞ୍ଜନ ପ୍ରଧାନ ଙ୍କୁ ପଚାରିବାରୁ ସେ କହିଥିଲେ ସରପଞ୍ଚଙ୍କ ଦେହ ଭଲ ନାହିଁ ମୁଁ ଛୁଟିରେ ଅଛି ବିଡ଼ିଓ ନାହାନ୍ତି ତେଣୁ ଆଗାମୀ ୨୭ ତାରିଖ ଦିନ ବସି ଆଲୋଚନା କରାଯିବ ବୋଲି ଏକ ଲିଖିତ କାଗଜ ଦେବାପରେ ଆନ୍ଦୋଳନ ସୋମବାର ପର୍ଯ୍ୟନ୍ତ ପ୍ରତ୍ୟାହୃତ କରାଯାଇଛି । ଏହି ଆନ୍ଦୋଳନରେ ଯୁବ ମୋର୍ଚ୍ଚା ସଭାପତି ଦିଲୀପ ମିଣିଆକା, ଉପ ସଭାପତି ହରି ହିକକା, ପୂର୍ବତନ ସରପଞ୍ଚ ପାର୍ଥି ଚୈତନ ତିଆକା, ଯୁବ ମୋର୍ଚ୍ଚା ଉପ ସଭାପତି ମକର ନେମାଲପୁରୀ, ବାପୁ ନାୟକ,ଲିଙ୍ଗରାଜ,ସମ୍ପାଦକ ପୂର୍ଣ୍ଣ ପଟେଲ, ଲକୀ କଞ୍ଜକା ଓ ଦଳୀୟ କର୍ମୀ ମାନେ ଉପସ୍ଥିିତ ଥିଲେ ।