ବରିଷ୍ଠ ସାମ୍ବାଦିକ ଗୁରୁତର ଅସୁସ୍ଥ , ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ

0
202

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୨୪/୧୨) : ସୁବର୍ଣ୍ଣପୁର ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ତଥା ଆଜୀବନ ପେନସନ ପାଉଥିବା ଶ୍ରୀ ବିନୟ ରଞ୍ଜନ ପ୍ରଧାନ ଗତକାଲି ସନ୍ଧ୍ୟା ରେ ସୁବର୍ଣ୍ଣପୁର ଜିଲ୍ଲା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା l କାଡିଓଲୋଜି ସମସ୍ୟା ଯୋଗୁଁ ଗୁରୁତର ହୋଇ ଚିକିତ୍ସାଧୀନ ଥିଲେ l

ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବିଳମ୍ବିତ ରାତି ରେ ବୁର୍ଲା କୁ ରେଫର କରାଯାଇଛି l ବରିଷ୍ଠ ସାମ୍ବାଦିକ ଶ୍ରୀ ବିନୟ ରଞ୍ଜନ ପ୍ରଧାନ ଙ୍କ କିଛି ବର୍ଷ ଆଗରୁ ସ୍ତ୍ରୀ ଙ୍କ ମୃତ୍ୟୁ ବରଣ କରିଥିବା ବେଳେ ନିଜ ବିଧବା ଝିଅ ଓ ନାତୁଣୀ ଅଛନ୍ତି l ଓଡିଶା ସାମ୍ବାଦିକ ସଂଘ ( ଓଜେୟୁ ) ସୁବର୍ଣ୍ଣପୁର ଜିଲ୍ଲା ଶାଖା ର ସଭାପତି ଓ ସମ୍ପାଦକ ଙ୍କ ଉଦ୍ୟମରେ ଗତକାଲି ବିଳମ୍ବିତ ରାତିରେ ବୁର୍ଲା କୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା l ସେଠାରେ ଚିକିତ୍ସା ଚାଲିଥିବା ଜଣାଯାଇଛି ।