ରାମଗଡ ଉଚ୍ଚ ବିଦ୍ୟାଳୟ 5T ବିଦ୍ୟାଳୟରେ ରୂପାନ୍ତରିତ ପାଇଁ ଭୂମିପୂଜା କାର୍ଯ୍ୟ ଆରମ୍ଭ

0
271

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, ଧଳପୁର, (୨୪/୧୨) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଆରମ୍ଭ ହୋଇଥିବା 5T ସ୍କୁଲ ମଧ୍ୟରେ ରାମଗଡ ଉଚ୍ଚ ବିଦ୍ୟାଳୟ ର ଆଜି ରୂପାନ୍ତରିତ 5T ସ୍କୁଲ ପାଇଁ ମୋ ସ୍କୁଲ ଅଭିଯାନ ର ସଭାପତି ଦିନମଣୀ ଡାଙ୍ଗ ଙ୍କ ପୌରାହିତ୍ୟରେ ସମାପନ ହୋଇଯାଇଛି |

ଏହି ଭୂମିପୂଜା କାର୍ଯ୍ୟକ୍ରମ ରେ ରାମଗଡ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ସାମଲ, ଶିକ୍ଷୟିତ୍ରୀ ଅଙ୍କିତା ମହାନା, ଶିକ୍ଷକ ବିନୟ ପ୍ରଧାନ, କର୍ମଚାରି ହରିଶଙ୍କର ଜ୍ୟୋତିଷ, ସହଯୋଗ କରିଥିଲେ | କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାମଗଡ ସରପଞ୍ଚ ନରେଶ କୁମାର ସେଠୀ ଉପସ୍ଥିତ ରହିଥିବା ବେଳେ ପୂଜକ ଉମେଶ ଯୋଶୀ ପୂଜା କାର୍ଯ୍ୟ କରିଥିଲେ | ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ପ୍ରେମାନନ୍ଦ ପ୍ରଧାନ ଓ ମଦନ କୁମାର ବିଶି ଏହି ଭୂମିପୂଜା କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ |