ଅନୁଗୁଳ ଆଠମଲ୍ଲିକ-ଧଳପୁର ମହାନଦୀର ସେତୁ ମିଆଦିର ଏକ ବର୍ଷ ବିତିଯାଇଥିଲେ ସୁଦ୍ଧା ଅସଂପୁର୍ଣ୍ଣ

0
284

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା, (୨୪/୧୨) : ୨୦୧୪ ମସିହାରେ ଓଡିଶା ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ-ଧଳପୁର ମହାନଦୀ ସେତୁ ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ ଧଳପୁର କୁ ସଂଯୋଗ କରିବା ପାଇଁ ଏକଶହ ଚଉଷଠି କୋଟି ଟଙ୍କା ମଞ୍ଜୁର ହୋଇ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।

ଏହାକୁ ନେଇ ବୌଦ୍ଧ ଓ ଅନୁଗୁଳ ଜିଲ୍ଲା ବାସୀ ବହୁତ ଖୁସି ଅନୁଭବ କରିଥିଲେ | ହେଲେ ଦୁଃଖ ର କଥା ଦୁଇ ଦୁଇ ଥର ସେତୁ କାର୍ଯ୍ୟ ଶେଷ କରିବା ପାଇଁ ଚୁକ୍ତି ହୋଇଥିଲା | ଶେଷରେ ଡିସେମ୍ବର ୨୦୨୦ ରେ ଚୁକ୍ତି ଅନୁଯାଇ କାମ ସଂପୁର୍ଣ୍ଣ ହେବାକୁ ଥିଲେ ମଧ୍ୟ ଇତିମଧ୍ୟରେ ୧ ବର୍ଷ ବିତିଯାଇଥିଲେ ସୁଧା ବିଭାଗୀୟ ଅଧିକାରୀ କିମ୍ବା ଅଣ ଓଡିଆ ବାହାର ରାଜ୍ୟର୍ ଠିକାଦାର ହୋଇଥିବାରୁ ଅଂଚଳବାସୀଙ୍କ ଦୁଃଖ ବୁଝି ପାରୁନାହାନ୍ତି ବୋଲି କହୁଛନ୍ତି ଅଂଚଳ ବାସୀ କ୍ଷଭୋ ପ୍ରକାଶ କରିଛନ୍ତି ।

ଅଂଚଳ ର ଚାଷି ବ୍ୟବସାୟୀଂକ ଲକ୍ଷ ବ୍ରିଜ ହୋଇଗଲେ ଅନୁଗୁଳ -ବୌଦ୍ଧ ଜିଲ୍ଲା କୁ ଯିବାକୁ ମାତ୍ର ୫ କି.ମି. ବାଟ ଯାଇ ବ୍ୟବସାୟ ବାଣିଜ୍ଯ କରି ଘରକୁ ଫେରି ପାରିବା ସହଜ ହେବ | କାମ ବ୍ୟତିକ୍ରମ ବାବଦରେ ପୁର୍ତବିଭାଗ ର ଯନ୍ରୀ ଚୈତନ୍ୟ ଦେହୁରୀଙ୍କ ମତାମତ ନିଆଯିବାରୁ ସେ କହିଲେ ବର୍ତ୍ତମାନ ପ୍ରାୟ କାମ ସରିଯାଇଛି ସାଇଟ ରୋଲିଙ୍ଗ ଏବଂ ଦୁଇ ସାଇଟମାଟି ଫିଲିଙ୍ଗ ହେଲେ କାମସରିବ | ଆସନ୍ତା ୨୦୨୨ ମେ ମାସ ସୁଧା ସମସ୍ତ କାମସରିବ ଏବଂ ଉଦଘାଟନହେବ ବୋଲ କହିଛନ୍ତି । ଏଣୁ ଯଥା ଶୀଘ୍ର ଅଂଚଳ ବାସୀଙ୍କ ବହୁ ପ୍ରତିକ୍ଷୀତ ଆଠମଲ୍ଲିକ-ଧଳପୁର ସେତୁ ସଂପୂର୍ଣ ପାଇଁ ଦାବୀ ହେଉଛି ।