ଯୌନ ସମ୍ପର୍କ ରଖିବା ପରେ ବିବାହ କରିବାକୁ ମନା କରିବା ପ୍ରତାରଣା ନୁହେଁ : ବମ୍ବେ ହାଇକୋର୍ଟ

0
143

ରିପୋର୍ଟ : ସୁଭାସିସ ନାୟକ
ମୁମ୍ବାଇ, (୨୫/୧୨) : ଯୌନ ସମ୍ପର୍କ ରଖିବା ପରେ ବିବାହ କରିବାକୁ ମନା କରିବା ପ୍ରତାରଣା ନୁହେଁ । ଏକ ମାମଲା ର ଶୁଣାଣି କରି ଏ ପରି କହିଛନ୍ତି ବମ୍ବେ ହାଇକୋର୍ଟ । ପରସ୍ପର ସହମତି ଶାରୀରିକ ସମ୍ପର୍କ ରଖିବା ପରେ ଜଣେ ମହିଳାଙ୍କୁ ବିବାହ କରିବାକୁ ମନା କରିବା ପ୍ରତାରଣା ନୁହେଁ ବୋଲି କହିଛନ୍ତି ହାଇକୋର୍ଟ ।

ଜଣେ ମହିଳାଙ୍କ ଅଭିଯୋଗ ଆଧାର ରେ ଯୌନ ସମ୍ପର୍କ ରଖିବା ପରେ ବିବାହ କରିବାକୁ ମନା କରିବା ଦେବାରୁ ନିମ୍ନ ଅଦାଲତ ଜଣେ ପୁରୁଷଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହି ରାୟ କୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ବମ୍ବେ ହାଇକୋର୍ଟ ର ଦ୍ୱାରସ୍ତ ହୋଇଥିଲେ । ବମ୍ବେ ହାଇକୋର୍ଟ ଉକ୍ତ ଆଦେଶ କୁ ଖାରଜ କରିବା ସହ କହିଛନ୍ତି, ଅଭିଯୁକ୍ତ ଜଣଙ୍କ ବିବାହ ର ବାହାନା କରି ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ଆରମ୍ଭ ରୁ ତାଙ୍କୁ ବିବାହ କରିବା କୁ ଚାହୁଁ ନ ଥିବାର କୌଣସି ପ୍ରମାଣ ନାହିଁ । ତେଣୁ ହାଇକୋର୍ଟ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି ।

କୋର୍ଟ କହିଛନ୍ତିି, ମହିଳା ଜଣଙ୍କ ଅଭିଯୁକ୍ତ ଙ୍କୁ ଜାଣିଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ୩ ବର୍ଷ ଧରି ଉଭୟ ସହମତିରେ ଶାରୀରିକ ସମ୍ପର୍କ ରଖିଥିଲେ । ତେଣୁ ଏହାକୁ ପ୍ରତାରଣା କୁହାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତିି ।