ପାରଳାଖେମୁଣ୍ଡି ର ସାହାରା ଚକ୍ଷୁ ଚିକିତ୍ସାଳୟ କୁ ଜିଲ୍ଲାପାଳ ଙ୍କ ପରିଦର୍ଶନ

0
157

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୯/୧୨) : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗରିବ ହିତାଧିକାରୀ ମାନଙ୍କୁ ବିଭିନ୍ନ ରୋଗ ର ଚିକିତ୍ସା କରାଯାଉଛି । ପାରଳାଖେମୁଣ୍ଡି ର ସାହାରା ଚକ୍ଷୁ ଚିକିତ୍ସାଳୟ କୁ ଜିଲ୍ଲାପାଳ ଙ୍କ ପରିଦର୍ଶନ କରିଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ ପାରଳାଖେମୁଣ୍ଡି ର ସାହାରା ଚକ୍ଷୁ ଚିକିତ୍ସାଳୟ କୁ ସରକାର ୨୦୦ ଚିକିତ୍ସାଳୟ ମଧ୍ୟରେ ରଖିଛନ୍ତି । ଏଣୁ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଓ ଏସ.ପି ଶ୍ରୀ ସୀତାରାମ ଶତପଥୀ ଏହି ଚିକିତ୍ସାଳୟ କୁ ଗ୍ରସ୍ତ କରି ବୁଲି ଦେଖିଛନ୍ତି । ଏମାନେ ପରିଦର୍ଶନ କରି ଗୋଷାଣୀ ବ୍ଲକ ଓ କାଶୀନଗର ବ୍ଲକ ର ୪ ଜଣ ହିତାଧିକାରୀ ଏହି ଚିକିତ୍ସାଳୟ ରେ ଅପରେସନ କରି ଚିକିତ୍ସା କରୁଥିବା ଅବସ୍ଥାରେ ଉଭୟେ ରୋଗୀ ଙ୍କୁ ଦେଖିବାକୁ ଯାଇଥିଲେ । ରୋଗୀ ଓ ତାଙ୍କ ପରିବାର ବର୍ଗ, ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ ।